Category: କାବ୍ୟ

କୃଷ୍ଣଚୂଡ଼ା

ପାଟିକୁ ସୂଦର ଦାନ୍ତ ବାହାଡା ଦାନ୍ତ ଘଷିବୁ ତ ଆଣି ସାହାଡ଼ା | ପୁଜିବୁ ଦିଅଁଙ୍କୁ ଦେଇ ଉଖୁଡ଼ା ବ୍ରାହ୍ମଣ ଭୋଜନେ ଦହି ଓ ଚୂଡା | ଲୁଗା ତୁ ପିନ୍ଧିବୁ ଲମ୍ବା ଚ‍ଉଡ଼ା “କୃଷ୍ଣଚୂଡ଼ା” ଶୋଭା କୃଷ୍ଣଙ୍କ ଚୂଡ଼ା |

କେତକୀ

ଝିଅଟି ଭାରି ଛଟକା କକ୍ଷା ଫୂଲ ‘କେତକୀ’ ଟିଲେଲ ନନା ଛଭକା ଦୁଧ ପି‌ଏ ଛକି ଛକି || ଶିବଙ୍କ ମୁଶଣ୍ଡରେ କେତକୀ | ପଢ ପାଠ ନ ଅଟକି || *****

କାମିନା

ଚାଷା ଯଦି ଖୋଳିଳା ପଣା ଚାଷ ତା’ର ଫସର ଫସା | ଯୁବା ଯଦି ଖାଳଳା ନିଣା ତାକୁ ଆ‌ଉ ନ କର ଆଶା | ‘କାମିନା’ ଫୂଲଟି ସୂଦର ପଶା, ନିଶା, ଦୂରୁଁ ଜୁହାର || *****

ଅପରାଜିତା

କଲରା ଲାଗ‍ଇ ପିତା ଫୁଲଟି ‘ଅପରାଜିତା’ ଧଳାନାଳ ରୂପ ଶୋଭା ରାଧାକୃଷ୍ଣ ରୂପ ଲୋଭା || ସକାଳେ ସ‍ଅଳ ଉଠ ରାଧାକୃଷ୍ଣ ନାମ ରଟ | *****

ବୈଦେହୀଶ ବିଳାସ (ପଞ୍ଚଦଶ ଛାନ୍ଦ)

ବିଚିତ୍ରିତ ଚିତ୍ରରେ ହୋଇଥିଲେ ବିଚିତ୍ରିତ ଚିତ୍ରରେ ହୋଇଥିଲେ । ବାମା ମଧୁଶଯ୍ୟାକୁ ମଣ୍ଡାଇଲେ । ବପୁବନ୍ତରେ ହୋଇଛି ରଞ୍ଜନ । ବ୍ୟକ୍ତ ସୁନେତ୍ର ରୋହିତ ଖଞ୍ଜନ । ୧ । ବିପତନ ଯେ ପଲଙ୍କ ପଲକ । ବେଣୀ ରତ୍ନପ୍ରଦୀପରେ ଅଧିକ । ବେଣୀ ଶୋଭା ଅଗୁରୁ...

ବୈଦେହୀଶ ବିଳାସ (ଚତୁର୍ଦ୍ଦଶ ଛାନ୍ଦ)

ବେହରଣ ଭାଙ୍ଗି ବିଭାଦିନ ମୁଳ କରି ବେହରଣ ଭାଙ୍ଗି ବିଭାଦିନ ମୁଳ କରି | ବିଶୁଦ୍ଧ ତାର ଲଗ୍ନକୁ ଯୋତିଷେ ବିଚାରି ଯେ | ୧ | ବର୍ଦ୍ଧିକୀକୀଚୟ କି ମୟ ବିଶ୍ବକର୍ମା ଗୁରୁ | ବେଦିକାମଣ୍ଡପ କଲେ ଅତିଶୟ ଗୁରୁ ଯେ | ୨ |...

ବୈଦେହୀଶ ବିଳାସ (ତ୍ରୟୋଦଶ ଛାନ୍ଦ)

ବସିଛନ୍ତି ଦଶରଥ ସଭା ମଧ୍ୟେ ବସିଛନ୍ତି ଦଶରଥ ସଭା ମଧ୍ୟେ । ବେତ୍ର-ହସ୍ତ ଦ୍ଵାସ୍ଥ କହେ ଅତିଶ୍ରଦ୍ଧେ । ୧ । ବାରଣାରି ଦ୍ଵାରେ ହୋଇଛନ୍ତି ସ୍ଥିତ । ବହି ଶ୍ରୀରାମବାର୍ତ୍ତା ମିଥିଳା ଦୂତ । ୨ । ବେଗେ ରାଜା ଆଣ ବୋଲୁ ନେଲା ମୁନି...

ବୈଦେହୀଶ ବିଳାସ (ଦ୍ଵାଦଶ ଛାନ୍ଦ)

ବିଭାବରି ସାରି ବିଳମ୍ବ ଶୁଣି ବିଭା ବରି ସାରି ବିଳମ୍ବ ଶୁଣି | ବିଭାବରୀ ହେଉଁ ରମଣୀମଣି । ବିଭାବରୀଚରୀ ଘୋଟିଲା ଗ୍ରାସେ । ବିଭାବ ରୀତିରୁ ନିଦ୍ରା ନ ଆସେ । ବିରହେ ଭାଷେ ସେ । ବିର ହେ ! ଭାଷେ ସେ ତାଡ଼କୀ ତ୍ରାସେ...

ବୈଦେହୀଶ ବିଳାସ (ଏକାଦଶ ଛାନ୍ଦ)

ବେଳ ଶୁଭଦରେ ପ୍ରବେଶ ଆବେଶ ବେଳ ଶୁଭଦରେ ପ୍ରବେଶ ଆବେଶ ବେଶ ସଖୀଏ ସାରିଥିଲେ । ବିଚାରେ ସୁମନା ଶ୍ରୀ-କରେ ସୁମନା-ସୁମନା-ମାଳା ନେଇ ଦେଲେ । ବୋଇଲେ, ବଶକ ଏ କଳାଭୃଙ୍ଗର । ବସି ଦଶରଥ-ସୁତ-ଜାନୁ-ରଥ ଯେ ମନୋରଥ ସାର୍ଥ କର । ୧ । ବେଷ୍ଟିତତର...

ବୈଦେହୀଶ ବିଳାସ (ଦଶମ ଛାନ୍ଦ)

ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ। ବାରଣଶିରେ ପଦ ଦେଇ ଆସୁ, ବରଣ କରି ରାମ ମନ ତୋଷୁ ସେ। ବୋଲିଦେଲେ କଉଶିକ ଯେ। ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ।୧।...