ଜାମୁକୋଳି

‘ଜାମୁକୋଳି’ ପେନ୍ଥା ପେନ୍ଥା ଭାଉଜ କାନିରେ ଚାବିର ନେନ୍ଥା ଭାଇ ଆମ ଭାରି ସୁନ୍ଥା । ଜାମୁକୋଳି ଲାଗେ ମିଠା ବୋଉ ଚୂଲି ମୁଣ୍ଡେ କରୁଛି ପିଠା ମଣ୍ଡା, ଆରିସା, ଗଇଁଠା । ଜାମୁକୋଳି ଭାରି ପ୍ରିୟ କୋଳି ବିକୁଅଛି ଗରିବ ଝିଅ ଚାଉଳ, ପଇସା ଦିଅ...

ଖଜୁରୀ

ମିଠା ମିଠା ‘ଖଜୁରୀ’ କରିବୁ ଯଦି ଚାକିରି ନେବୁ ନାହିଁ ଉପୁରି । ଖଜୁରୀ ଗଛ ପାହାଚ ନ ମାନିବୁ ଉଚ୍ଚନୀଚ୍ଚ ନିଶାରେ କରନି ଖରଚ । *****

କାଗେଜି ଲେମ୍ବୁ

ଲେମ୍ବୁତ ଲେମ୍ବୁ କାଗେଜି ଲେମ୍ବୁ ଖାଇଲେ କରେ ହଜମ ସବୁ । ବଇଶାଖର ଖରା ଝାଞ୍ଜିରେ ଦହି ବରଫ ସରବତରେ- ମିଶାଇ ଦେଲେ କାଗେଜି ରସ ଗିଲାସେ ମନ ହୁଏ ହରସ । ଟୁକୁରୁ ଟୁକୁ ହୋଇଲେ ପେଟ ଲୁଣ ସହିତ କରାଇ ଭେଟ ପିଇଲେ ଥରେ...

କାକୁଡ଼ି

ଖୋଲା କୋଠାରେ ଉଡ଼ା ନ ଗୁଡ଼ି ପିଅନା ପାଣି ଖାଇଲେ ମୁଢି । ଗାଧାନା କେବେ ନଈରେ ବୁଡ଼ି ଖରା ତାତିରେ ନ’ ଯାଆ ଦଉଡ଼ି । ସାଙ୍ଗକୁ କେବେ ଯାଆନା ଛାଡ଼ି ହସନା ଦେଖି ଅନ୍ଧୁଣୀ ବୁଢୀ । ଖାଦ୍ୟ ଜିନିଷ ଯିବୁନି ଛାଡ଼ି ଲୋଭାଇ...

କମଳା

ଓଉ ଛ’ଫଡ଼ା ସେଉ ଦି’ ଫଡ଼ା ‘କମଳା’ର ଥାଏ ଅନେକ କୋଲା । ଓଉ ଖଟା ସେଉ ମିଠା କମଳା ରସ କରଇ ମୋଟା । *****

କଦଳୀ

ବଗିଚାରେ ଫଳ ଭଳିକି ଭଳି କାଠିଆ, ବନ୍ତଳ, ମେଣ୍ଢି ‘କଦଳୀ’ ପତର ତାହାର ଗରିବ ଥାଳି ପୂଜାକୁ ଲୋଡ଼ା ପାଚିଲା କଦଳୀ । ଚୂଡା କଦଳୀକୁ ଦେଇ ଚକଟି ନଡ଼ିଆ କୋରାକୁ ଦିଅରେ ଘାଣ୍ଟି ଖାଇ ଦେଲେ ଗ୍ରାସେ ଚକା ପକାଇ ଦିନ ଯାକ ଭୋକ ଆଉ...

ଆମ୍ବ

ବଇଶାଖ ମାସେ ପାଛିଲା ଆମ୍ବ ରୋଗୀ ପାଇଁ ଫଳ ସେଉ, ଡାଳିମ୍ବ । ଆମ୍ବରୁ ଆମ୍ବୁଲ, ଆଚାର ହୁଏ ରୋଗୀର ପାଟିକୁ ସୁଆଦ ଦିଏ । ପାଚିଲା ଆମ୍ବରୁ ଦି’ପୁଞ୍ଜା ଖାଇ ଭୋକ ମାରିଦିଏ ଗରିବ ଭାଇ । *****

ଆତ

କାଉ କଳା କୋଉଲି କଳା ଜଗନ୍ନାଥଙ୍କ ଆଖି ତ କଳା କଳା ଶିଶୁର କେଶ ଭୃଲତା କଳା ହାଣ୍ଡି ବି କଳା କଳା ମୋ ଆଈ ବେଶ । ଧଳା ତ ବଗ ଧଳା ଟଗର ଧଳାଧଳା ଦାନ୍ତ ଫଳ ଭିତରେ ପିଲାଙ୍କ ପ୍ରିୟ ପାଚିଲା ଆ...

ଅମୃତଭଣ୍ଡା

ନିଇତି ଖାଆ ଗୋଟିଏ ଭଣ୍ଡା ମଣିଷ ଭିତରେ ହେବୁରେ ଭେଣ୍ଡା ବଗିଚାରେ ଲଗା ‘ଅମୃତଭଣ୍ଡା’ ଗଛରେ ଫଳେ ସେ ପେଣ୍ଡାକୁ ପେଣ୍ଡା । କଞ୍ଚା ତରକାରି ପାଚିଲା ଖିଆ ଖାଇଲେ ହୋଇବୁ ବଡ଼ ବୁଦ୍ଧିଆ । *****

ଅଙ୍ଗୁର

ବିଲୁଆ ବଡ଼ ଚତୁର ପଇଡ଼ ବଡ଼ ମଧୁର ପେନ୍ଥାରେ ଫଳେ ‘ ଅଙ୍ଗୁର’ ଭାରତ ଦେଶ ଆମର । ଦେଶକୁ କଲେ ଆଦର ସମସ୍ତେ ହେବେ ତୁମର ଦେହରେ ଥିଲେ ତୋ’ଜର ପେନ୍ଥାଏ ଖାଆ ଅଙ୍ଗୁର । *****