ଅନୁଚିନ୍ତା

ଛେଳି କୁ କୁକୁର କହିଲେ ସଭିଏଁ, ଛେଳି ତ ଛେଳି ହିଁ ରହିବ।
ଅସଲି ସୁନା କୁ ନକଲି କହିଲେ, ବଣିଆ ତାହାକୁ ଚିନ୍ହିବ ।


ଗୁଣି ଲୋକଙ୍କର ନିନ୍ଦା ଗାନ କଲେ, କି ଲାଭ ଆମେ ତ ପାଇବା ।
ଧନ ମାନ ଯଶ ପାଇଛେ ବୋଲିକି, ଧରା କୁ ସରା କି ମଣିବା ।


ପାଉଁଶ ଭିତରୁ ନିଆଁ ଜଳି ଉଠି, ନିଜର କାହାଣୀ କହିବ ।
ନିନ୍ଦା ଅପମାନ ଭିତରେ ଥାଇ ବି, ଗୁଣି ର ମହକ ଚନ୍ଦନ ପରି ବାସିବ ।

You may also like...