କରଇ ଏବେ ପ୍ରଣତି
ଓଡିଶା ଦେଶରେ କବି ଆମଦାନୀ
ଫସଲ ହେଈଛି ଭଲ
କବିତା ନାମରେ କେତେ ଲୋକ ଏବେ
କରୁଛନ୍ତି ନିଜ ସୁସ୍କ ।
କାହାଠୁ ଲେଖାଇ ଆଣି ନିଜ ନାମେ
ଛପାଇ ପାରିବ ଯେବେ
ଦିନ କେଇଟାରେ ମହାକବି ସାଜି
ସୁନାମ କିଣିବ ତେବେ ।
ଭଣିତା କବିତା କରୁଥିଲେ ଆଗେ
କେତେ ରଜା ଜମିଦାର
ଆଧୁନିକେ ଦିନେ ସେ ବେପାରରେ
ଏବେ ବଢିଲେଣି ସାହୁକାର ।
ଖବର କାଗଜ କପି କୋଲଜ ବେଳେ
ତିନି ସେମି ଲେଖା ଲୋଡ଼ା
ଛପା ହେବା ପରେ ଦେଖି ତାକୁ କେତେ
ଚଢ଼ନ୍ତି ସାହିତ୍ୟ ଘୋଡା ।
କବିତାର ପ୍ରାଣ ଚୁଲିକି ଯାଉହେ
ଛପା କାରବାର ଥିଲେ
ଧରାଧରି କରି ଦି ପଇସା ନିଜେ
ଖରଚ କରି ପାରିଲେ ।
ସାହିତ୍ୟ ସଭାରେ ନାଗରା ବାଜିବ
ସହଯୋଗୀ ସମ୍ପାଦକ
ଫଟୋ ସହ ନିଜ ଭାଷଣ ଛାପିବେ
ସାହିତ୍ୟର ଧର୍ମବକ ।
ଅବ ମୂଲ୍ୟାୟନ ହୋଇଛି ଟଙ୍କାର
ଧୋବା ଧଉଳିଆ ବାଇ
ମଣିଷର ଗୁଣ ଅବ ମୁଲ୍ୟାୟନେ
ଗଣତନ୍ତ୍ରେ ଚାଲେ ହେଇ ।
ବୁଦ୍ଧିର ଆଧାରେ ବ୍ୟକ୍ତିତ୍ବ ପାଇଁ
ସ୍ୱେଚ୍ଛାରେ ଗରିବ ହେଵ
ବହୂର ଆଧାରେ ବ୍ୟକ୍ତିତ୍ବ ପାଇଁ
ଜୀବନକୁ ବଳି ଦେଵ ।
ବେପାର ଆଧାରେ ନିକିତ ତାଉଲ
ପାସଙ୍ଗରେ ଲୀଳାଖେଳା
ଲୋଭି ବଧେ ଏବେ ଲାଲ ହୋଇଗଲେ
ଇତିହାସେ କାଳବେଳା ।
ସେବକ ଏବେରେ କାମ ବିନା ମାଗେ
ମଜୁରୀ ଜବରଦସ୍ତି
ମାଡି ଚାଲି ଅଛି ସଭ୍ୟତାକୁ ଏବେ
ସାଇଲକ ଧଳା ହସ୍ତୀ ।
ଦୂର ପର୍ବତ ସୁନ୍ଦର ବୋଲି
ଶ୍ରେଣୀ ସଂଘର୍ଷ ଗାଈ
ରକ୍ତ ରଞ୍ଜିତ କଲୁ ଋଷି ଦେଶ
ଏବେ ହେବୁ ଚେତା ପାଇ ।
ବ୍ୟକ୍ତି ସହଯୋଗ ସନାତନ ଦେବୀ
ସମାଜର ଚିରରୀତି
ତାଙ୍କ ଶରଣରେ ସମୂହ ମେଢ଼ରେ
କରଇ ମୁଁ ଏବେ ପ୍ରଣତି ।