Tagged: Odia Poetry

ଏକତା

ଦିନ ଥିଲା ଏମିତି ଗୋଟେସୁନା ର ଭାରତ କହୁଥିଲେ ସଭେଯାହା ର ମାଟି ପାଣି ପବନରେ ସ୍ବାଧୀନତା ରେ ଝୁମୁ ଥିଲେ ସଭେ….ନଜର ପଡ଼ିଲା କିଛି ଇଂରେଜ ମାନଙ୍କରଧନ ସମ୍ପତ୍ତି ନେଇ କଲେ ଆମ ଉପରେ ଅତ୍ୟାଚାରଗାଳି କଲେ, ମାରିଲେ, ଫାଶି ରେ ଝୁଲେଇ ଦୁଇଶହ ବର୍ଷ...

ସେଉ

ଚାଳରେ ବୋବାଏ କାଉ ଉଠ ଉଠ ମଠ ନ କର ଆଉ କୁନାକୁ ଡାକିଲେ ବୋଉ । କୁନାଟା ତ ଭଲ ପିଲା ମୁହଁ ହାତ ଧୋଇ ଦାନ୍ତ ଘଷି ଦେଇ ଅଙ୍ଗୁର ‘ସେଉ’ ଖାଇଲା । ଫଳ ଦେହ ପାଇଁ ହିତ ପଢିଣ ଜଣାଣ ଗୀତ...

ବେଲ

ମୁଣ୍ଡରେ ପଗଡି ପାଦରେ ତେଲ ବଇଦ ସାଙ୍ଗରେ କରିବୁ ଗେଲ । ପେଟ ଗୋଳମାଳେ ପାଚିଲା ‘ବେଲ’ ପଣା କରି ଦେଇ ପିଇଲେ ଭଲ । ତ୍ରିଶାଖା ପତର ଶିବଙ୍କ ପ୍ରିୟ ହଜମି ପାଇଁକି ନିଇତି ଖାଅ । *****

ବେଲ

ମୁଣ୍ଡରେ ପଗଡି ପାଦରେ ତେଲ ବଇଦ ସାଙ୍ଗରେ କରିବୁ ଗେଲ । ପେଟ ଗୋଳମାଳେ ପାଚିଲା ‘ବେଲ’ ପଣା କରି ଦେଇ ପିଇଲେ ଭଲ । ତ୍ରିଶାଖା ପତର ଶିବଙ୍କ ପ୍ରିୟ ହଜମି ପାଇଁକି ନିଇତି ଖାଅ । *****

ଫୁଟି

ରବିବାର ଛୁଟି ଖାଆ ପାଚିଲା ‘ଫୁଟି’ । ସକାଳ ହେଲେ ଉଠି ମା’ରେ ଦଣ୍ଡ ବଇଠି । ଘଅସ ଦାନ୍ତ କାଠି ତେଲ ଲଗା ମାଠି । ଯାଆ ପାହାଚ ଉଠି ବଅସ ନାହିଁ ସେଠି । ରାତିରେ ଖାଆ ରୁଟି ପଢରେ ପାଠ ଉଠି ।...

ପିଜୁଳି

କଳା ମେଘେ ଚକ୍ ଚକ୍ ବିଜୁଳି ବଗିଚାରେ ଲଗା ଡାଳି ‘ପିଜୁଳି’ । କଞ୍ଚା ଫଳ ରୋଗୀ ଖୋଜେ ବାଉଳି ପିଲାଙ୍କର ପ୍ରିୟ ପାକା ପିଜୁଳି । ରାଇ କଲେ ଭଲ ମାଛ ନେଉଳି ମେଘ ଦେଖ୍ ନାଚ କରେ ମୟୂରୀ । *****

ପଣସ

କଥା କହିବୁ ମିଠା ମିଠା କାହାକୁ କରିବୁନି ଥଟା । ‘ପଣସ’ରେ ଥାଏ ଅଠା ଜର ହେଲେ ଚାଆଟେ ଖଟା । କଷି ପଣସ ଡାଲମା ଭଲ ପାଚିଲା ଫୁଟ ମିଠା ଅସଲ । ସାବିତ୍ରୀ ଓଷା ନୂଆ ଭାଉଜ ଭାର ସଜଡ଼ା ଅତି ମଉଜ ।...

ନଡ଼ିଆ

ବରଷା ପାଗକୁ ‘ନଡ଼ିଆ’ ମୁଢି ମୁହଁକୁ ସୁନ୍ଦର କାଳିଆ ଦାଢି । ହାତକୁ ସୁନ୍ଦର ବାଙ୍କୁଲୀ ବାଡ଼ି ପିଲାକୁ ସୁନ୍ଦର ସିଲଟ ଖଡ଼ି । ନଡ଼ିଆ ଉପରେ ଟାଣ ସଢେଇ କାଠ କାମ କରେ ଗାଁ ବଢେଇ । ସବୁଜ ନଡ଼ିଆ ପଇଡ଼ କହି ପଇଡ଼ର ପାଣି...

ତାଳ

ଉଚ୍ଚ ତାଳଗଛ ନହ ନହକା ବାଉଁଶ ପତର ସବୁ ସରୁକା ‘ତାଳ’ ସଜ ଖାଇ ମଉଜ କର ସକାଳ ସଞ୍ଜରେ ଡାକ ଈଶ୍ଵର । ପତରରେ ଚଟି, ପକ୍ଷିଆ ବୁଣି ଗରିବ ନିଅଇ ପଇସା ଗଣି । *****

ତରଭୂଜ

ବଇଶାଖ ମାସ ଝାଞ୍ଜି ପବନ ତରଭୁଜେ ଥାଏ ପିଲାଙ୍କ ମନ । ଗୁଡ଼ ମିଶାଇଣ କରିଲେ ପଣା ଥରେ ପିଇ ଦେଲେ ହୋଇବ ବଣା । ପଣା ସଂକରାନ୍ତି ପରବେ ସାର ପଣା ପିଇ ମନ କର ମଧୁର । ସବୁ କଥା ଛାଡି ପାଠକୁ ହେଜ...