ଏକତା

ଦିନ ଥିଲା ଏମିତି ଗୋଟେ
ସୁନା ର ଭାରତ କହୁଥିଲେ ସଭେ
ଯାହା ର ମାଟି ପାଣି ପବନରେ ସ୍ବାଧୀନତା ରେ ଝୁମୁ ଥିଲେ ସଭେ….
ନଜର ପଡ଼ିଲା କିଛି ଇଂରେଜ ମାନଙ୍କର
ଧନ ସମ୍ପତ୍ତି ନେଇ କଲେ ଆମ ଉପରେ ଅତ୍ୟାଚାର
ଗାଳି କଲେ, ମାରିଲେ, ଫାଶି ରେ ଝୁଲେଇ ଦୁଇଶହ ବର୍ଷ ଶାସନକାଳ ଥିଲା ଏମାନଂକର
କେତେ ନେତା, କେତେ ବୀର
ବୁହାଇ ଦେଲେ ନିଜ ରକତ ର ଗାର
ସ୍ବାଧୀନତା ର ସେ ପୁରୁଣା ସ୍ବାଦ ପାଇ
ଛାଡ଼ି ଆସିଥିଲେ ନିଜ ଘର ସଂସାର
ସୂରୁଜ ଉଇଁଲା ପୁଣି ଥରେ, ଏକ ହେଲେ ସବୁ ଗୋଟେ ଡାକ ରେ
ଭାରତ ବର୍ଷ ର ସ୍ବତନ୍ତ୍ରତା ପାଇଁ ଚାଲିଗଲେ ସବୁ ଅହିଂସା ପଥରେ
ଆସିଲା ସେଇ ସମୟ ଯାହାଥିଲା ସମସ୍ତଙ୍କ ସ୍ବପ୍ନରେ, ପୁରୁଣା ଭାରତ ଥୁଲା ଯାହା ଫେରି ଆସିଲା ପୁଣି ଥରେ
ଖୁସି ଲାଗୁଛି ଏବେ ଦେଖି
ପ୍ରଗତି ମାର୍ଗ ରେ ଦେଶ କୁ ନେବା ଟେକି ନାଁ ରଖିଦବା ଆମ ଦେଶର ଆମେ ସଭିଏଁ ମିଳି ମିଶି….

You may also like...