ସମୁଦ୍ରର ଅଧିପତି ମୁଁ

ସମୁଦ୍ରର ଅଧିପତି ମୁଁ ପିଇବାକୁ ପାଣି ଟୋପେ ନାହିଁ,
ମୃଗତୃଷ୍ଣା ପଛରେ ପଡିଛି ଯିଏ କେବେ ହାତେ ପଡି ନାହିଁ

ସେ ଅଦୃଶ୍ୟ ଶକ୍ତି ନଚାଉଛି ଯଦି ଭୁଲ ତ ମୋର କୋଉଠି ନାହିଁ
ତାର ହାତରେ କାଠ କୁଣ୍ଢେଇ ଯେ ଭାବିବାର ଶକ୍ତି ମୋର ନାହିଁ

ଦେଲ ଶକ୍ତି ଦେଲ ସମ୍ପତି କିନ୍ତୁ ଛଡେଇ ନେଲ ମନର ଖୁଶି
ଅମୃତ କୁମ୍ଭର ଉପରେ ବିଷ ରଖି ପରିଚୟ ଦେଲ ନିଜର ଶକ୍ତି

ସମୁଦ୍ରର ଅଧିପତି ମୁଁ ପିଇବାକୁ ପାଣି ଟୋପେ ନାହିଁ,
ମୃଗତୃଷ୍ଣା ପଛରେ ପଡିଛି ଯିଏ କେବେ ହାତେ ପଡି ନାହିଁ

You may also like...