ଗାଁ ଡାକୁଛି ଆସ

ନଭଶ୍ଚୁମ୍ଭି, ଚାକଚକ୍ୟ ଦେଇଛି ଜୀବିକାର ମନ୍ତ୍ର
ହରଣ କରିନେଇଛି ଜୀବନୀୟ ହୃଦୟ ତନ୍ତ୍ର
ମିଥ୍ୟା-ଦଙ୍ଗା ରାହାଜାନୀର କୁରୁସଭା ଇଏ
ନିରୀହ ଜୀବନ ‘କୃଷ୍ଣା’ ନିତି ଲାଞ୍ଛିତା ହୁଏ ।
ଭୁରି ଭୋଜନରେ ପୂରେନା ଉଦର
ଖାଲି ଅର୍ଥାଗମରେ ସଦା ତତ୍ପର….
ଭୁଲି ଅଳିକ ଜୀବନର ବ୍ୟବହାର
ନିରସ ଏଠି ପାର୍ବଣ..
ବାସ୍, କେବଳ କୋଳାହଳ-ଦୂଷିତ ବାତାବରଣ….
ଅଗଣିତ ଯମଦ୍ୱାର ଏଠି
ମରୀଚିକାର ଲୋଭନୀୟ ବିଚିତ୍ର ଗାତ୍ର….
ଅତ୍ର….ତତ୍ର….ସର୍ବତ୍ର…..!!!

ଅହର୍ନିଶ ଡାକୁଛି ମା’.. ସନ୍ତାନକୁ ପରଷିବ ବଞ୍ଚିବାର ରାହା…
କେହି ତ’ ଜଣେ କହିଦେବ ଆହାଃ..!!
ଡାକୁଛି ଓଷା..
ପୁନେଇଁ.. ପରବେ.. ସ୍ନେହାର୍ଦ୍ର ନିଶା…
ଚାଲ… ସେଇ ଶ୍ରାନ୍ତ ଗୋଧୂଳି ବେଳାରେ…
ଫେରିଯିବା ଆତ୍ମୀୟ ଚୌହଦୀକୁ
ମାଟି ସାଥିରେ ପାଲଟିବା ମାଟିର ମଣିଷ
ଶାପମୁକ୍ତ ହେବ ସବୁ ଯନ୍ତ୍ର-ମଣିଷ
ଶେଷରେ ଛାଡ଼ି ଶାନ୍ତିରେ ନିଃଶ୍ବାସ
ମାଟି କୋଳରେ ପାଇବା ଟିକେ ଆଶ୍ୱାସ….!!!

ଶ୍ରୀ ପ୍ରିୟରଞ୍ଜନ ସାହୁ

ଶ୍ରୀ ପ୍ରିୟରଞ୍ଜନ ସାହୁ, ଜଣେ ଉଦୀୟମାନ କବି ଓ ଗଳ୍ପ ଲେଖକ. ନିଜର ବୃତ୍ତିଗତ ଶିକ୍ଷା ସହ ସଂସ୍କୃତି ଓ ପରମ୍ପରା ପ୍ରତି ତାଙ୍କର ବହୁତ ଆଗ୍ରହ । ନିଜର ପ୍ରତିଟି ରଚନାରେ ଓଡ଼ିଆର ମହନୀୟତା, ଓଡ଼ିଶାର ଗାଥା-ଗୌରବ ଭରିଦେବାକୁ ଶତଚେଷ୍ଟିତ ଓ ପ୍ରୟାସରତ । କବିତା :- ରକ୍ଷାବନ୍ଧନ-ସେନେହ ସ୍ପନ୍ଦନ ଦୁନିଆଁ ତ' ଇଏ ଭୋଦୁଅଁ-ଆମ ପରବ ସମ୍ଭାର ସତେ କେତେ ଅଲୋଡ଼ା ମୁଁ କ୍ଷୁଦ୍ରଗଳ୍ପ :- ମହାନାୟକର ମହାଯାତ୍ରା

You may also like...