ଆମ ପରିଚୟ

୧୯୩୬ ମସିହାରେ, ଓଡ଼ିଶା, ପ୍ରଥମ ରାଜ୍ୟ ଭାଷାକୁ ଭିତ୍ତି କରି ଗଠିତ ହୋଇଥିଲା ।

ଭାରତୀୟ ସାହିତ୍ୟ ଦ୍ରୁଷ୍ଟିକୋଣରେ ଓଡ଼ିଆ ସାହିତ୍ୟିର ସ୍ଥାନ ବେଶ୍ ଉଚ୍ଚରେ । ଓଡ଼ିଆ ସାହିତ୍ୟିକ ମାନେ ପଦ୍ମ ସମ୍ମାନଠାରୁ ଆରମ୍ଭ କରି ସରସ୍ବତୀ ସମ୍ମାନ, ଜ୍ଞାନପୀଠ ପୁରସ୍କାର, ମୂର୍ତ୍ତିଦେବୀ ଓ କବୀର ସମ୍ମାନ ତଥା ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଭଳି ବହୁ ମର୍ଯ୍ୟାଦାଜନକ ପୁରସ୍କାରରେ ଅଳଙ୍କୃତ । କୁହାଯାଏ ପ୍ରାଚୀନ ଓଡ଼ିଶା ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ଏହି ଗୌରବମୟ ଈତିହାସ ଥାଇ ମଧ୍ୟ ଆମେ ଆଜି ସାମାଜିକ ଓ ଅର୍ଥନୈତିକ ଦ୍ରୁଷ୍ଟିକୋଣରୁ ପଛରେ, କାହିଁକି?

ଗୋଟିଏ ଜାତିରେ ଭାଷା ତା’ର ଶ୍ରେଷ୍ଠ ସମ୍ପଦ । ଯେଉଁ ଜାତିରେ ମାତୃଭାଷା ଯେତେ ଉନ୍ନତ, ସେହି ଜାତି ସେତେ ଉନ୍ନତ, କିନ୍ତୁ ଆଜି ଓଡ଼ିଆ ଭାଷା ଅବହେଳିତ ଓ ସଙ୍କଟଗ୍ରସ୍ତ ଆମ ପ୍ରିୟ ରାଜ୍ୟ ଓଡ଼ିଶାରେ । ଓଡ଼ିଆ ଭାଷାର ଅବମାନନା ଓ ଭାଷା ବ୍ୟବହାରରେ ଉଦାସୀନତା ଆମକୁ ଏକ ସ୍ବାଭିମାନହୀନ ସ୍ଥିତି ତଥା ହୀନମନ୍ୟତା ଭିତରକୁ ଠେଲିନେଉଥିବା ସୁସ୍ପଷ୍ଟ ।

ସାମାଜିକ ପରିବର୍ତନରେ ଓଡ଼ିଆ ଭାଷାର ଗୁରୁତ୍ୱକୁ ଦେଖି ୧୯୬୦ ମସିହାରେ ଶ୍ରୀ ରବିନାରାୟଣ ମହାପାତ୍ର (୧୯୩୫ – ୨୦୧୨) ସାହିତ୍ୟ ସଂସଦ ସ୍ଥାପନା କରିଥିଲେ । ରବିବାବୁଙ୍କର ସେହି ଉଦେଶ୍ୟ କୁ ଆଖିରେ ରଖି ଏହି ୱେବସାଇଟର ସୃଷ୍ଟି, ଯାହା ମାଧ୍ୟମରେ ଆମେ କିଛି କାଳଜୟୀ ଲେଖାକୁ ଅମର କରିବା ସଂଗେ ସଂଗେ ନୂଆ ଲେଖକ ମାନଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେବୁ ।

ସ।ହିତ୍ୟସଂସଦ.କମ (sahityasansad.com) ଗୋଟିଏ ଅଣଲାଭକାରୀ ସଂସ୍ଥା ଏହାର ସୃଷ୍ଟି କେବଳ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର । ଏହା ଆମର ସ୍ଥାନୀଯ଼ ଲାଇବ୍ରେରୀ ଏବଂ ବ୍ଯ଼କ୍ତିଗତ ସଂଗ୍ରହରେ ମୂଲ୍ଯ଼ବାନ ଓଡ଼ିଆ ଭାଷାରେ ଉପଲବ୍ଧ ସୂଚନା ପ୍ରସାର କରେ  ଓଡ଼ିଆ ସାହିତ୍ଯ଼ ଏବଂ ସଂସ୍କୃତି ସମ୍ବନ୍ଧୀଯ଼ ସମ୍ବଳ ସମ୍ବଳିତ ଏକ ମୁକ୍ତ ପ୍ରବେଶ ଭଣ୍ଡାର, ସ।ହିତ୍ୟସଂସଦ ସାଧାରଣ ଜନତାଙ୍କୁ ସବୁ ସମଯ଼ରେ ମାଗଣାରେ ପ୍ରଦାନ କରିଥାଏ। ଆପଣମାନଙ୍କ ପରି ସହୃଦୟ ସାହିତ୍ୟାନୁରାଗୀ ପାଠକମାନଙ୍କ ଉପରେ ଏହି ୱେବ୍‌ସାଇଟ୍‌ର ଭବିଷ୍ୟତ ହିଁ ନିର୍ଭରଶୀଳ ।

ସ।ହିତ୍ୟସଂସଦର ଲକ୍ଷ୍ଯ଼ ହେଉଛି ଓଡ଼ିଆ ଭାଷାରେ ଲିଖିତ ପୁରୁଣା, ବିରଳ ଏବଂ ନୂତନ ସାହିତ୍ଯ଼ ଏବଂ ଅନ୍ଯ଼ାନ୍ଯ଼ ଗ୍ରନ୍ଥକୁ ଡିଜିଟାଇଜେସନ୍ କରି ଓଡ଼ିଶାର ସାଂସ୍କୃତିକ ଇତିହାସକୁ ସଂରକ୍ଷିତ କରିବା ଓ ନୂଆ ଲେଖଙ୍କ ମାନଙ୍କୁ ତାଙ୍କର ଲେଖା ପ୍ରକାଶ କରିବାର ସୁଯୋଗ ଦେବା ।

ଆମେ ସେହି ଲୋକମାନଙ୍କୁ ମଧ୍ଯ଼ ଆହ୍ୱାନ କରୁଛୁ ଯେଉଁମାନେ ଓଡ଼ିଆ ପୁସ୍ତକକୁ ପ୍ରସାର କରିବାର ମିଶନର ଅଂଶବିଶେଷ ହୋଇପାରିବେ ଏବଂ ଏହି ବିଚାରକୁ ପ୍ରୋତ୍ସାହିତ କରିବେ ଯେ ଜ୍ଞାନ ଏବଂ ସୂଚନା ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ ଏବଂ ସବୁ ସମଯ଼ରେ ମାଗଣା ହେବା ଉଚିତ। ସାହିତ୍ୟ ସଂସଦ ସମଗ୍ର ବିଶ୍ବରେ ଓଡ଼ିଆ ଭାଷା କୁ ପ୍ରଚାର ଓ ପ୍ରଶାର କରିବାରେ କିଛିଟା ଭୂମିକା ଗ୍ରହଣ କରୁ ଏହା ହିଁ କାମନା ।