ଫେରି ଚାଲ ବନ୍ଧୁ

ତୁମେ ଚାଲ ବନ୍ଧୁ ପକ୍କା ରାସ୍ତା ରେ ମୁଁ ମରାମତି କରେ ତାର
ତୁମେ ରୁହ ବନ୍ଧୁ ନିରାପଦ ଘରେ ମୁଁ ଯେ ମୂଳ ଦୁଆ ତାର ।

ମୋର ଛାତି ଶହେ ହାଡ ଭଙ୍ଗ ଶୀତ ପିଠି ଖାଉଥାଏ ଖରା

ମନେ ନାହିଁ ମୋର ଇର୍ଷା ବା ହିଂସା ତୁମରି ସୁବିଧା ପାଇଁ
ଅଜାଜିତେ ମୋର ସାହାଯ୍ୟ ପାଇଁ ବେଳେ ବେଳେ ଆସ ଧାଇଁ

ସାହାଯ୍ୟ ପାଇ ସହାନଭୂତି ର ସୀମା ତୁମ ରୁହେ ନାହିଁ
ନିରାପଦ ଘର ପକା ରାସ୍ତା ର ଗୁଣ ଯାଅ ଖାଲି ଗାଈ ।

ମୋ ମନ ଉପରେ ଉପଦେଶ ର ଚାବୁକ ପାହାର ଦିଅ
ତୁମପାଇଁ ମୋର ଦୁଆର ବନ୍ଦ ଯାଅ ବନ୍ଧୁ ଫେରି ଯାଅ

You may also like...