କାକୁଡ଼ି

ଖୋଲା କୋଠାରେ ଉଡ଼ା ନ ଗୁଡ଼ି
ପିଅନା ପାଣି ଖାଇଲେ ମୁଢି ।
ଗାଧାନା କେବେ ନଈରେ ବୁଡ଼ି
ଖରା ତାତିରେ ନ’ ଯାଆ ଦଉଡ଼ି ।
ସାଙ୍ଗକୁ କେବେ ଯାଆନା ଛାଡ଼ି
ହସନା ଦେଖି ଅନ୍ଧୁଣୀ ବୁଢୀ ।
ଖାଦ୍ୟ ଜିନିଷ ଯିବୁନି ଛାଡ଼ି
ଲୋଭାଇ ଖାଆ ନାହିଁ ‘କାକୁଡ଼ି’ ।
*****

You may also like...