କାଗେଜି ଲେମ୍ବୁ

ଲେମ୍ବୁତ ଲେମ୍ବୁ କାଗେଜି ଲେମ୍ବୁ
ଖାଇଲେ କରେ ହଜମ ସବୁ ।
ବଇଶାଖର ଖରା ଝାଞ୍ଜିରେ
ଦହି ବରଫ ସରବତରେ-
ମିଶାଇ ଦେଲେ କାଗେଜି ରସ
ଗିଲାସେ ମନ ହୁଏ ହରସ ।
ଟୁକୁରୁ ଟୁକୁ ହୋଇଲେ ପେଟ
ଲୁଣ ସହିତ କରାଇ ଭେଟ
ପିଇଲେ ଥରେ ଲାଗିବ ଖାସା
ମହାଦେବଙ୍କ ମଥାରେ ଘଷା ।
ଛୋଟିଆ ଫଳ ଗୁଣ ଅପାର
ହଜମି ଗୁଣ ରସ ତାହାର ।
ଗୁଣକୁ ସଦା କଲେ ଆଦର
ମିଳିବ ନିଶ୍ଚୟଟି ସୁଫଳ ।
*****

You may also like...