କି ଲେଖା ଲେଖିବି ମାମା

କି ଲେଖା ଲେଖିବି ମାମା ରେ ତୋ ପାଇଁ ଶୋଇ ଯିବୁ ତୁ ଧନ,
ଲେଖୁଛି କାଟୁଚି ଚିରୁଛି କାଗଜ଼ ମାନୁନି ମୋହର ମନ ।

କଣ ଶୁଣିଲେ ଖୁଶି ହବୁ ତୁଇ ଜାଣି ପାରିନି ରେ ମାମା,
ଖେଳନା ଦେଖିଲେ ଖୁଶି ହବୁ ଯଦି କିଣି ଦେଵି ତତେ ମାମା ।

ଅବୁଝା ଧନଟା ବୁଝୁନୁ କାହିଁରେ ମୁଁ ନୁହେ ଆରେ କବି,
କବିତା ଲେଖିବା ପଢିବା, ମୋହର ଆଜିଠୁ ନୂଆ ହବି।

You may also like...