ଉତ୍କଳ ବନ୍ଦନା

ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ,
ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ।
ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା ଗର୍ଭରେ,
ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ।
ଶାନ୍ତଗାତ୍ରୀ କାନ୍ତ କୁଞ୍ଜପୁଞ୍ଜ ଶୈଳ ବର୍ଗରେ,
ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ

ଶୂନ୍ୟ ଶଙ୍କେ ପୁଣ୍ୟ ଅଙ୍କେ କୋଟି ପୁତ୍ର ଧାରିଣୀ,
ପୁଷ୍ପମାଳେ ଶସ୍ୟ ଜାଲେ ତୁଷ୍ଟ ପୁଷ୍ଟ କାରିଣୀ।
ଶୁଭ୍ର ଫେଣୀ କୃଷ୍ଣ ବେଣୀ, ବକ୍ଷେ ତା ବାହିନୀ,
କାନ୍ତ ବର୍ଣ୍ଣ ଶୁଦ୍ଧ ସ୍ୱର୍ଣ୍ଣ ବଜ୍ର ଖଣ୍ଡ ଦାୟିନୀ।
ଏକ ଭେକ ଏକ ଟେକ ଦୂରେ ଫିଙ୍ଗୁ ପାର୍ଥକ,
ନୀଳ ଶୈଳ ସାମ୍ୟନୀତି ପ୍ରାଣେ ହେଉ ସାର୍ଥକ

ଉତ୍କଳ ଗୌରବ ମଧୁସୂଦନ ଦାସ

ମଧୁସୂଦନ ଦାସ (୧୮୪୮- ୧୯୩୪) ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ତାଙ୍କ ଲିଖିତ ଉତ୍କଳ ସନ୍ତାନ, ଜାତି ଇତିହାସ ଆଦି ବହୁଳଭାବେ ପାଠକ ମାନଙ୍କ ଦ୍ୱାରା ଆଦୃତ ହେଇ ଥିଲା ।

You may also like...