Author: ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ବନ୍ଦନା

ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ, ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ। ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ, ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ। ଶାନ୍ତଗାତ୍ରୀ କାନ୍ତ କୁଞ୍ଜ–ପୁଞ୍ଜ ଶୈଳ ବର୍ଗରେ, ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ। ଶୂନ୍ୟ ଶଙ୍କେ ପୁଣ୍ୟ...

ସନ୍ତାନର ଉକ୍ତି

ମାଆ ମାଆ ବୋଲି କେତେ ମୁଁ ଖୋଜିଲି ମାଆକୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି । ଖୋଜିଲି ଅରଣ୍ୟେ ଜନସମାଜରେ ଖୋଜିଲି ବାରିଧି ତଟ, ସର୍ବତ୍ର ଦେଖିଲି ମାତା ପଦଚିହ୍ନ ନ ହେଲା ମାତାର ଭେଟ ।...

ତୁ ପରା ବୋଲାଉ ଉତ୍କଳ ସନ୍ତାନ

ତୁ ପରା ବୋଲାଉ ଉତ୍କଳ ସନ୍ତାନ କାହିଁ ପାଇଁ ଏଡ଼େ ଭୀରୁ ! ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ ? ତୋ ପୁର୍ବ ପୁରୁଷେ ବୀର ପଣିଆରେ ଲଭିଥିଲେ କେତେ ଖ୍ୟାତି ହାକିମ ନିକଟେ ଦୁଃଖ କହିବାକୁ କିମ୍ପା ଥରେ ତୋର ଛାତି...