ଛୋଟ ବଡ଼
ଛୋଟର ଆଦର କରିଥାଏ ଛୋଟ, ବଡ଼ର ଆଦର ବଡ଼, ଫୁଟିଥିଲା ଫୁଲ ସଙ୍ଗେ ସରି କିବା ହେବ କେବେ ଫୁଲକଢ଼ ! ବଡ଼ ହୁଏ ଯଦି ପୂର୍ଣ୍ଣଚନ୍ଦ୍ର ପରି ଆଉ ନ ପାରିବ ବଢ଼ି, ଫୁଟିଲା ଫୁଲ କି ଫୁଟେ ଆଉ ଥରେ, ଫୁଟେ ସିନା ଫୁଲକଢ଼ି...
ଶେଫାଳି ! କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁଭୁରୁ ଗନ୍ଧ ତୋର ଭାସି ଅସେ ପବନେ; ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ ହସି ହସି ସତେ ଉଇଁଆସେ ଦୂର ଗଗନେ, ଭବାବେଶେ ମୁଗ୍ଧ ମୁଁ କି ମଜ୍ଜିଅଛି ସ୍ବପନେ ! ଭାବରାଜ୍ୟେ ବୁଲେଁ...
ସବୁଦେଇ ଶୂନ୍ୟ କରିଅଛ ମୋତେ ପୂରାଅ ସକଳ ଦେଇଣ ନେଲ ମୋତେ ହରି ନେଲ ମୋତେ ଧରି ଜୀବନେ ବଞ୍ଚାଇ ମାରିଣ ନେଲ ଗୁଣ, ଜ୍ଞାନ ନେଲ କର୍ମ, ଧ୍ୟାନ ଧନ, ମାନ, ବିଦ୍ୟା–ଭୂଷଣ ଦୁଃଖ ହେଲା ମୋର ଚିର ସହଚର ନିତି ତ ଭୋଗିଲି ମରଣ...