Category: ବନ୍ଦନା

ସନ୍ତାନର ଉକ୍ତି

ମାଆ ମାଆ ବୋଲି କେତେ ମୁଁ ଖୋଜିଲି ମାଆକୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି । ଖୋଜିଲି ଅରଣ୍ୟେ ଜନସମାଜରେ ଖୋଜିଲି ବାରିଧି ତଟ, ସର୍ବତ୍ର ଦେଖିଲି ମାତା ପଦଚିହ୍ନ ନ ହେଲା ମାତାର ଭେଟ ।...

ତୁ ପରା ବୋଲାଉ ଉତ୍କଳ ସନ୍ତାନ

ତୁ ପରା ବୋଲାଉ ଉତ୍କଳ ସନ୍ତାନ କାହିଁ ପାଇଁ ଏଡ଼େ ଭୀରୁ ! ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ ? ତୋ ପୁର୍ବ ପୁରୁଷେ ବୀର ପଣିଆରେ ଲଭିଥିଲେ କେତେ ଖ୍ୟାତି ହାକିମ ନିକଟେ ଦୁଃଖ କହିବାକୁ କିମ୍ପା ଥରେ ତୋର ଛାତି...

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳଜନନୀ, ଚାରୁ-ହାସମୟୀ ଚାରୁ-ଭାଷମୟୀ, ଜନନୀ, ଜନନୀ, ଜନନୀ॥ ପୂତ-ପୟୋଧି-ବିଧୌତ ଶରୀରା, ତାଳ-ତମାଳ ସୁଶୋଭିତ ତୀରା, ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା, ଜନନୀ, ଜନନୀ, ଜନନୀ॥ ଘନ-ଘନ-ବନଭୂମି ରାଜିତ ଅଙ୍ଗେ, ନୀଳ-ଭୂଧର-ମାଳା ସାଜି ତରଙ୍ଗେ, କଳକଳ-ମୁଖରିତ ଚାରୁ-ବିହଙ୍ଗେ, ଜନନୀ, ଜନନୀ, ଜନନୀ॥ ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା, ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,...