କଦଳୀ

ବଗିଚାରେ ଫଳ ଭଳିକି ଭଳି
କାଠିଆ, ବନ୍ତଳ, ମେଣ୍ଢି ‘କଦଳୀ’
ପତର ତାହାର ଗରିବ ଥାଳି
ପୂଜାକୁ ଲୋଡ଼ା ପାଚିଲା କଦଳୀ ।
ଚୂଡା କଦଳୀକୁ ଦେଇ ଚକଟି
ନଡ଼ିଆ କୋରାକୁ ଦିଅରେ ଘାଣ୍ଟି
ଖାଇ ଦେଲେ ଗ୍ରାସେ ଚକା ପକାଇ
ଦିନ ଯାକ ଭୋକ ଆଉ ନ ଥାଇ ।
*****

You may also like...