ଜାମୁକୋଳି

‘ଜାମୁକୋଳି’ ପେନ୍ଥା ପେନ୍ଥା
ଭାଉଜ କାନିରେ ଚାବିର ନେନ୍ଥା
ଭାଇ ଆମ ଭାରି ସୁନ୍ଥା ।
ଜାମୁକୋଳି ଲାଗେ ମିଠା
ବୋଉ ଚୂଲି ମୁଣ୍ଡେ କରୁଛି ପିଠା
ମଣ୍ଡା, ଆରିସା, ଗଇଁଠା ।
ଜାମୁକୋଳି ଭାରି ପ୍ରିୟ
କୋଳି ବିକୁଅଛି ଗରିବ ଝିଅ
ଚାଉଳ, ପଇସା ଦିଅ ।
*****

You may also like...