ସୂର୍ଯ୍ୟମୁଖୀ

ପାଠ ପଢିଲେ ଜୀବନେ ବାବୁ
ହେବୁରେ ମହାସୁଖୀ
ସେବା କରିବୁ ମନ ଆନନ୍ଦେ
ଦେଖ‌ିଲେ ରୋଗୀ, ଦୁଃଖୀ ।
ଜୀବନେ କେବେ ମକଦ୍ଦମାରେ
ହେବୁନି ବାବୁ ସାକ୍ଷୀ
ପରଧନକୁ କେବେ ହେଁ ତୁରେ
ଦେବୁନି ଜମା ଆଖି।
ସକାଳେ ସଞ୍ଜେ ଡାକିବୁ ପ୍ରଭୁ
ହୁଅନ୍ତୁ ସର୍ବେ ସୁଖୀ
ସୁରୁଯ ଆଡ଼େ ସକାଳେ ସଞ୍ଜେ
ଚାହେଁ ‘ସୂରୁଯମୁଖୀ’ ।
*****

You may also like...