ଶେଫାଳୀ

ଋତୁ ହେଲା ଶରତ
ସଫା ସୁତୁରା ମରତ
ଫୁଲ ଫୁଟେ ‘ଶେଫାଳୀ’
ସଅଳ ଯାଆ ଚାହାଳୀ ।
ରାତିରେ ଫୁଟି ସକାଳେ ଝରି
ପଡ଼ଇ ଫୁଲ ଶେଫାଳୀ
ବାସରେ ତା’ର ଦିଗ ଚହଟେ
ମନଟା ଯାଏ ଚହଲି |
ଅଳପ ଦିନ ବଞ୍ଚିଲେ ବି
ପରର ସେବା କରିବୁ
ଶେଫଳୀ ପରି ବାସ ଛୁଟାଇ
ଶେଷେ ଅମର ହୋଇବୁ ।
*****

You may also like...