Author: ସ୍ଵଭାବ କବି ଗଙ୍ଗାଧର ମେହେର

ତପସ୍ଵିନୀ (ଅଷ୍ଟମ ସର୍ଗ)

ଜୀବନେ ଯଉବନ ବଢ଼ଲା ସମ ବସନ୍ତ ବଢି ବନେ ହେଲା ଗ୍ରୀଷମ, ଯୁବା-ଶକତି ଯଥା ହୁଏ ପ୍ରଖରା; ପ୍ରଚଣ୍ଡତର ହୋଇ ଆସିଲା ଖରା |୧| ସୁଖ-ବିଷୟ-ଭୋଗ ତୃଷ୍ଣାର ପରି ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ, ତୂଳା ଉଡ଼ିଲା ତେଜି ଶାଳଳୀ ତରୁ; କୃପଣ ଧନ କାଳେ ଉଡ଼େ...

ତପସ୍ଵିନୀ (ସପ୍ତମ ସର୍ଗ)

ବୋଇଲେ ସତୀ, “ସଖି, ମୋ’ ଦୁର୍ବିପାକ ଘଟାଇ ଅଛି ଏକା ମୋ ଦୁଃଖଯାକ; ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ |୧| କାନ୍ତ ବିଚ୍ଛେଦେ ରହିପାରେ ଜୀବନ, ଏମନ୍ତ କ୍ଷଣେ ଭାବି ନ ଥିଲା ମନ; ସହିଲି...

ତପସ୍ଵିନୀ (ଷଷ୍ଠ ସର୍ଗ)

ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ, ବିକଶିତ ହେଲା ନବ-ମାଳିକା ଗହନେ |୧| ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ, ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ |୨| ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ- ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ |୩| ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,...

ତପସ୍ଵିନୀ (ପଞ୍ଚମ ସର୍ଗ)

ରାଜୋଦ୍ୟାନ-ଶୋଭା ସିନ୍ଧୁ ଲହରୀ ଶିରେ-ପୁଷ୍ପ ଫେନପଟଳ ଧରି, ଯା’ ପଦପୁଲିନ ନଖ-ମୁକୁତା ଜ୍ୟୋତି ସେବନରେ ଥିଲା ଯୁକୁତା, ତାଙ୍କ ଶୁଭ ଆଗମନ ଚାହିଁ ଉଲ୍ଲସିଲେ ମୁନି-ଉଦ୍ୟାନର ବିଟପି-ବଲ୍ଲୀ-ସୁମନ |୧| ଏକେ ତ ମଧୁର ବସନ୍ତ କାଳ, ବାଳଭାନୁ ହେମ କିରଣ ଜାଳ, ପ୍ରସରି ଶିଶିରଜର୍ଜର ପର୍ଣ୍ଣ, ଲିଳା...

ତପସ୍ଵିନୀ (ଚତୁର୍ଥ ସର୍ଗ)

ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା ଜାନକୀ-ଦର୍ଶନ-ତୃଷା ହୃଦୟେ ବହି, କରପଲ୍ଲବେ ନୀହାର- ମୁକ୍ତା ଧରି ଉପହାର ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି, କଳକଣ୍ଠ-କଣ୍ଠେ-କହିଲା, “ଦରଶନ ଦିଅ ସତୀ, ରାତି ପାଇଲା” |୧| ଅରୁଣ କଷୟବାସ, କୁସୁମ କାନ୍ତି-ବିକାଶ ପ୍ରଶାନ୍ତ-ରୂପ, ବିଶ୍ୱସ ଦିଅନ୍ତି ମନେ, କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସି ଡାକୁଛନ୍ତି...

ମହିମା

ପର ଉପକାର ପୁଣ୍ୟମୟ ବ୍ରତ ପାଳନ୍ତି ମହତ ଜନ, ଉର୍ବୀ, ଦିବାକର ପର ଉପକାରେ ଦିଅନ୍ତି ଶସ୍ୟ, କିରଣ | ପର ତାପ ଲଭି ମହତ କରନ୍ତି ପରକୁ ଆହ୍ଲାଦ ଦାନ, ସୁଶୀତଳ ଜଳ ଦାନ କରେ ରବି- ରଶ୍ମୀ ଲଭି ହିମବାନ | ଉଚ୍ଚେ ଥାଇ...

ତପସ୍ଵିନୀ (ତୃତୀୟ ସର୍ଗ)

ଭାଗୀରଥୀ-କୂଳେ ଲକ୍ଷ୍ମଣ ଯେ କାଳେ ବୈଦେହୀ ବିସର୍ଜି ଗଲେ, ବ୍ୟାପିଥିଲା ଖରା ସସାଗରା ଧରା ନିର୍ମଳ ଅମ୍ବର ତଳେ |୧| ରାଘବ-ବଧୂର ନିର୍ଯାତନ ସୁର- ପୁରକୁ ଦିଶିଲେ ଲଜ୍ଜା ହେବ ବୋଲି ଦିବା- ନାଥଙ୍କ ସେ କିବା ଶୁଭ୍ର ଯବନିକା-ସଜ୍ଜା |୨| ଜାଣିସେ ରହସ୍ୟ କରିବାକୁ ଦୃଶ୍ୟ ଭାସ୍କର-ବଂଶର ଦୋଷ, ଅଚିରେ ଅବନୀ ପୃଷ୍ଠୁ ସେ...

ସୂର୍ଯ୍ୟ ପ୍ରତି ଦୀପ

ଭାସ୍କର ନାମକୁ ସୂର୍ଯ୍ୟ କରୁଛ ସଫଳ, ଆଲୋକିତ କରି ଚର ଅଚର ସକଳ | ମୋର ପ୍ରତି ପ୍ରତିକୂଳ ହେଲ କି କାରଣ, ଯା’ ଥିଲା ମୋ ପ୍ରଭାଟିକ ତା କଲ ହରଣ | ତୁମ୍ଭ ରିପୁ ତମ, ତାକୁ ନାଶ ଏ ସଂସାରେ, ମୁହିଁ ତମ...

ତପସ୍ଵିନୀ (ଦ୍ଵିତୀୟ ସର୍ଗ)

ବାଲ୍ମୀକି-ଆଶ୍ରମ-ରାଜ୍ୟରେ ଶାନ୍ତି ରାଜତ୍ୱ କରେ, କୋଷ ପୂର୍ଣ୍ଣ କରି ପାଦପ- ଦତ୍ତ ସୁଛାୟା କରେ |୧| ଅକପଟେ ତାହା ଦିଅନ୍ତି, ସେହି ପାଦପମାନେ, ଅଯାଚିତେ ନିଜ ଶରୀର- ମାନଦଣ୍ଡର ମାନେ |୨| ପ୍ରକୃତି-ସମରେ ସେମାନେ ପୁଣି ହୁଅନ୍ତି ସେନା, ଆବରଣ କରି ଶରୀରେ ଘନ-ପଲ୍ଲବ-ସେହ୍ନା |୩| କରି...

ବାକ୍ୟବୀର ଓ କର୍ମବୀର

ଭେକ ଗରଜିଲେ ଆସଇ ବରଷା ଜଳଧାରେ ମହୀ କରେ ପ୍ଳାବିତ, ବାକ୍ୟବୀର ଡାକି କରଇ ଭରସା କର୍ମବୀର ଥିବ ବୋଲି ଜୀବିତ | ମରୁଦେଶେ ଭେକେ ଗରଜଇ ନାହିଁ ନୀରଦ ସେ ଦେଶେ ନ ଦିଏ ନୀର, କର୍ମବୀର କର୍ମ- କୁଣ୍ଠିତା ନ ଚାହିଁ ନ ଡାକନ୍ତି...