ତପସ୍ଵିନୀ (ଷଷ୍ଠ ସର୍ଗ)
ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ, ବିକଶିତ ହେଲା ନବ-ମାଳିକା ଗହନେ |୧| ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ, ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ |୨| ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ- ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ |୩| ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,...