ଉପକଥା
ମୋତେ ଥରୁଟେ
ନିଜର କରି ଦେଖ
ମୁଁ କେତେ ବିଭୋର,
ଉଦ୍ ଭ୍ରାନ୍ତ ଓ ଅସଞ୍ଜତ
ତୁମ ଉପପଦର ଆହ୍ବାନରେ!
ତୁମ
ସନ୍ତର୍ପଣର ସାନିଧ୍ୟ ,
ଶଙ୍କାଗ୍ରସ୍ତ ସଲଗ୍ନତା
ମୋତେ ମୋ ଭିତରୁ କାଢିନେଇ
ବୋଧେ
ନୂଆ ଏକ ପୁୃଥିବୀ
ଗଢିବ ଗଢିବ ହେଲାଣି
ତୁମ ଆଉ ମୋ ପାଇଁ
କେତେ ହଜାର ବର୍ଷର
ସ୍ବିକୃତି ଦେଇ
ନୂଆ ସମ୍ପର୍କର!
ମୋ ସଞ୍ଜାତ ସ୍ବଭାବ
ତୁମ
ନିମ୍ନଭଙ୍ଗୀ ଆନମନା
ଖେଦ ଆଉ ଖଦ୍ୟୋତର
କାହାଣି ସୁଣି ସୁଣି
ବତୁରି ଗଲାପରେ
ମୋ ପୌରୁଷତ୍ବର ପରାକାଷ୍ଠା
ଧୋଇଦେବ ଲୁହର
ଅସରା ଅସରା ବନ୍ୟାରେ
ତୁମ ପାର୍ଥିବ ଇଚ୍ଛା
ସମୁହକୁୁ ସତୀତ୍ବର
ମୋହର ଟେ ଦେଇ!
ତୁମେ ବି ବର୍ତ୍ତୀବ ଏଠି
ଅଗ୍ନୀପରିକ୍ଷାରୁ
କାରଣ ମୁଁ ରାମଚନ୍ଦ୍ର ନୁହଁ
ଅସଜଡା ସମୟକୁ୍
କଣ୍ଟାବାଡ ଦେଇ
ସମସ୍ତ ସମ୍ଭାବନାକୁ
ପରସ୍ତ ପରସ୍ତ କରି
ହାସଲ କରିବା ଯାଏଁ
ମୋ ଜୈବିକ ତୃଷ୍ଣାର
କ୍ଲାନ୍ତ ଭରା ନଇ,
ପାଶବିକ କ୍ଷୁଧା ଆଉ
ପ୍ରଲୁବ୍ଧ କାମନାର
ପ୍ରବାଳ ଦ୍ବୀପରେ
ତୁମେ ହେବ ସ୍ବତ୍ତାଧିକାରିଣୀ!
ସବୁ ଏଠି
ଦେହଜ ଦେହଜ
ମନ ଓ ବିବେକ
ପାପର ପସରା ମେଲି
ସମାଜକୁ ନିତି ରଙ୍ଗମାଖେ
ବିବର୍ତ୍ତନର ବିପ୍ଳବଟେ ପାଇଁ
ଭାଙ୍ଗିବାକୁ ମରହଟ୍ଟୀ
ମଧ୍ୟମ ପୁରୁଷ
ଚିନ୍ତା ଚେତନାକୁ,ଆଉ
ସମର୍ପି ଦେବାକୁ ତୁମ
ବଳକା ବୟସ
କିଛି ସ୍ବଭାବିକତାକୁ
ନିତି ଚୁମୁଥିବା
ବିକାର ମାନଙ୍କୁ!
ତୁମେ ପାରିବକି
କେଇଟା ମୂହର୍ତ୍ତ ଲାଗି
ଗାନ୍ଧାରିଟେ ହୋଇ
ଜନ୍ମଦେଇ ହଜାରେ କାମାନ୍ଧ
ମୋ ଔରୁସରୁ
କେତେ ଯେ ନିର୍ଭୟାର
ଆର୍ତ ଚିତ୍କାରକୁ
ଉପଭୋଗ କରିବାକୁ
ନୂଆଦିଲ୍ଲୀ ଲାଲବାଗ ଛକ
କଲିକତା ସୋନାଗାଛି
କ୍ୟାପିଟାଲ୍ ମାଳୀସାହି
ପାଖ ବଜାରରେ
ମୂକ ଏଇ ସମାଜ ଆଖିରେ
ଆଙ୍ଗୁଠି କେଞ୍ଚି
ଜଣାଇ ଦେବାକୁ
ପାପବୃକ୍ଷେ ବିଷଫଳ
ଫଳୁଛି ଫଳିବ
କଳୁସିତ ସମାଜକୁ
ବଦଳାଇବାକୁ
ଲୋଡାଏଠି
ଗଙ୍ଗା ଆଉ ଭାଗିରଥୀଟିଏ
ଉଦ୍ୟମର ଅନ୍ତିମ ପୃଷ୍ଠାରେ
ଏକାନ୍ତରେ ପୁରା ଏକାନ୍ତରେ