କାଗେଜି ଲେମ୍ବୁ
ଲେମ୍ବୁତ ଲେମ୍ବୁ କାଗେଜି ଲେମ୍ବୁ ଖାଇଲେ କରେ ହଜମ ସବୁ । ବଇଶାଖର ଖରା ଝାଞ୍ଜିରେ ଦହି ବରଫ ସରବତରେ- ମିଶାଇ ଦେଲେ କାଗେଜି ରସ ଗିଲାସେ ମନ ହୁଏ ହରସ । ଟୁକୁରୁ ଟୁକୁ ହୋଇଲେ ପେଟ ଲୁଣ ସହିତ କରାଇ ଭେଟ ପିଇଲେ ଥରେ ଲାଗିବ ଖାସା ମହାଦେବଙ୍କ ମଥାରେ ଘଷା । ଛୋଟିଆ ଫଳ ଗୁଣ ଅପାର ହଜମି ଗୁଣ ରସ ତାହାର । ଗୁଣକୁ ସଦା କଲେ ଆଦର ମିଳିବ ନିଶ୍ଚୟଟି ସୁଫଳ । *****