ତରଭୂଜ

ବଇଶାଖ ମାସ ଝାଞ୍ଜି ପବନ
ତରଭୁଜେ ଥାଏ ପିଲାଙ୍କ ମନ ।

ଗୁଡ଼ ମିଶାଇଣ କରିଲେ ପଣା
ଥରେ ପିଇ ଦେଲେ ହୋଇବ ବଣା ।

ପଣା ସଂକରାନ୍ତି ପରବେ ସାର
ପଣା ପିଇ ମନ କର ମଧୁର ।

ସବୁ କଥା ଛାଡି ପାଠକୁ ହେଜ
ଚିନି ମିଶାଇ ଖାଆ ‘ତରଭୂଜ’ ।
*****

You may also like...