ସୂର୍ଯ୍ୟମୁଖୀ
ପାଠ ପଢିଲେ ଜୀବନେ ବାବୁ ହେବୁରେ ମହାସୁଖୀ ସେବା କରିବୁ ମନ ଆନନ୍ଦେ ଦେଖିଲେ ରୋଗୀ, ଦୁଃଖୀ । ଜୀବନେ କେବେ ମକଦ୍ଦମାରେ ହେବୁନି ବାବୁ ସାକ୍ଷୀ ପରଧନକୁ କେବେ ହେଁ ତୁରେ ଦେବୁନି ଜମା ଆଖି। ସକାଳେ ସଞ୍ଜେ ଡାକିବୁ ପ୍ରଭୁ ହୁଅନ୍ତୁ ସର୍ବେ ସୁଖୀ ସୁରୁଯ ଆଡ଼େ ସକାଳେ ସଞ୍ଜେ ଚାହେଁ ‘ସୂରୁଯମୁଖୀ’ । *****