Category: ସ୍ମରଣୀୟ ଗୀତ

ଅରୁଣାମ୍ବୁଜ ଚରଣା

(ରାଗ ପିଲୁ, ଏକତାଳି) ଅରୁଣାମ୍ବୁଜ ଚରଣା, ତୁ ରସାରେ ଭରସାରେ କରୁଣାନିଧି ଶରଣାଗତଠାରେ କି ରୁଷାରେ ॥ପଦ॥ ଅସିତ କେଶି ମୁଁ ତୋ ପରିଚାର ରୁଷିକି ନ କରି କିଛି ବିଚାର ସ୍ଵଗୁଣ ସରିତ ପତି ତୋ ପରିତ ନାହିଁ ସରସାରେ ॥୧॥ ନ ରହି ସୁଦନ୍ତି...

ଉପେନ୍ଦ୍ରଭଞ୍ଜ

କବିକୁଳ କଞ୍ଜ ଉପଇନ୍ଦ୍ରଭଞ୍ଜ ନମେ ତବ ପଦତଳେ, କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ ପରକାଶିଲ ଉତ୍କଳେ । ଜନ୍ମି ରାଜକୁଳେ ବଇଭବ କୋଳେ ଅତୁଳ ସୁଖ-ସଦନେ, ତେଜି ସେ ସମ୍ଭୋଗ ଆଚରିଲ ଯୋଗ ବୀଣାପାଣି ଆରାଧନେ । ଅତି ମନୋହର ଚାରୁ ଚମତ୍କାର ଶତ ମାନସୀ ପ୍ରତିମା, କାବ୍ୟ ଚିତ୍ରପଟେ...

ପୁରୁଷୋତ୍ତମ ଦେବ

ଅମିତ ବିକ୍ରମ ଶ୍ରୀ ପୁରୁଷୋତ୍ତମ “କ୍ଷେତ୍ରକୁଳ ଧୂମକେତୁ” ତବ ନାମ ଆଜ ଉତ୍କଳ ସମାଜ ଜାତୀୟ ଗୌରବ ହେତୁ । ତୁମ୍ଭ ଯଶରାଶି ସାକ୍ଷୀରୂପେ ବସି ବକୁଳ-ବନ-ବିହାରୀ, କରନ୍ତି ପ୍ରକାଶ ପୂର୍ବ ଇତିହାସ ସତ୍ୟବାଦୀ ବଂଶୀଧାରୀ । ଯୁଦ୍ଧ-ଅଭିଯାନ କରେ କବି ଗାନ ହେ ପ୍ରତାପୀ ଶତ୍ରୁଜେତା !...

ବାଣୀ

ସୃଷ୍ଟି ଆଦ୍ୟ କାଳୁ ଦେବି ତୋହର ଉତ୍ପତ୍ତି, ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର, ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି, ସହଜେ ବୁଝିବ କାହିଁ ତାହା ନର ଛାର l (୧) ଅନଳେ ଆହୁତିଧାର କରି ଚରଷଣ, ପୂତନୀରା ସରସ୍ବତୀ-ପୁଳିନ ପ୍ରଦେଶ ଗାଇଲେ ସଙ୍ଗୀତ ଯେବେ...

ତପସ୍ଵିନୀ (ଅଷ୍ଟମ ସର୍ଗ)

ଜୀବନେ ଯଉବନ ବଢ଼ଲା ସମ ବସନ୍ତ ବଢି ବନେ ହେଲା ଗ୍ରୀଷମ, ଯୁବା-ଶକତି ଯଥା ହୁଏ ପ୍ରଖରା; ପ୍ରଚଣ୍ଡତର ହୋଇ ଆସିଲା ଖରା |୧| ସୁଖ-ବିଷୟ-ଭୋଗ ତୃଷ୍ଣାର ପରି ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ, ତୂଳା ଉଡ଼ିଲା ତେଜି ଶାଳଳୀ ତରୁ; କୃପଣ ଧନ କାଳେ ଉଡ଼େ...

ତପସ୍ଵିନୀ (ସପ୍ତମ ସର୍ଗ)

ବୋଇଲେ ସତୀ, “ସଖି, ମୋ’ ଦୁର୍ବିପାକ ଘଟାଇ ଅଛି ଏକା ମୋ ଦୁଃଖଯାକ; ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ |୧| କାନ୍ତ ବିଚ୍ଛେଦେ ରହିପାରେ ଜୀବନ, ଏମନ୍ତ କ୍ଷଣେ ଭାବି ନ ଥିଲା ମନ; ସହିଲି...

ତପସ୍ଵିନୀ (ଷଷ୍ଠ ସର୍ଗ)

ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ, ବିକଶିତ ହେଲା ନବ-ମାଳିକା ଗହନେ |୧| ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ, ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ |୨| ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ- ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ |୩| ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,...

ତପସ୍ଵିନୀ (ପଞ୍ଚମ ସର୍ଗ)

ରାଜୋଦ୍ୟାନ-ଶୋଭା ସିନ୍ଧୁ ଲହରୀ ଶିରେ-ପୁଷ୍ପ ଫେନପଟଳ ଧରି, ଯା’ ପଦପୁଲିନ ନଖ-ମୁକୁତା ଜ୍ୟୋତି ସେବନରେ ଥିଲା ଯୁକୁତା, ତାଙ୍କ ଶୁଭ ଆଗମନ ଚାହିଁ ଉଲ୍ଲସିଲେ ମୁନି-ଉଦ୍ୟାନର ବିଟପି-ବଲ୍ଲୀ-ସୁମନ |୧| ଏକେ ତ ମଧୁର ବସନ୍ତ କାଳ, ବାଳଭାନୁ ହେମ କିରଣ ଜାଳ, ପ୍ରସରି ଶିଶିରଜର୍ଜର ପର୍ଣ୍ଣ, ଲିଳା...

ଦେଖ ମୁଁ ଯାଉଛି ସରି

ଦେଖ ମୁଁ ଯାଉଛି ସରି କ୍ଷୀରୋଦ ସିନ୍ଧୁ ବେହାରୀ ଏକ ପାଦ ବିନ୍ଦ ଧ୍ୟାୟୀ ଜୀବନ୍ତେ ଅଛି ନ ମରି ।୧। ଏଡେ ବଡ ପ୍ରଭୁ ଥାଇ ନିରେଖ ହେଉଛି ମୁହିଁ ଚାତକ ପରାଏ ଚାହିଁ ଶ୍ରୀଗୁରୁଙ୍କୁ ଅନୁସରି ।୨। ସମୁଦ୍ର ପରାଏ ଆଶା ମନରେ କରି...

ତପସ୍ଵିନୀ (ଚତୁର୍ଥ ସର୍ଗ)

ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା ଜାନକୀ-ଦର୍ଶନ-ତୃଷା ହୃଦୟେ ବହି, କରପଲ୍ଲବେ ନୀହାର- ମୁକ୍ତା ଧରି ଉପହାର ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି, କଳକଣ୍ଠ-କଣ୍ଠେ-କହିଲା, “ଦରଶନ ଦିଅ ସତୀ, ରାତି ପାଇଲା” |୧| ଅରୁଣ କଷୟବାସ, କୁସୁମ କାନ୍ତି-ବିକାଶ ପ୍ରଶାନ୍ତ-ରୂପ, ବିଶ୍ୱସ ଦିଅନ୍ତି ମନେ, କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସି ଡାକୁଛନ୍ତି...