ସେଉ

ଚାଳରେ ବୋବାଏ କାଉ ଉଠ ଉଠ ମଠ ନ କର ଆଉ କୁନାକୁ ଡାକିଲେ ବୋଉ । କୁନାଟା ତ ଭଲ ପିଲା ମୁହଁ ହାତ ଧୋଇ ଦାନ୍ତ ଘଷି ଦେଇ ଅଙ୍ଗୁର ‘ସେଉ’ ଖାଇଲା । ଫଳ ଦେହ ପାଇଁ ହିତ ପଢିଣ ଜଣାଣ ଗୀତ...

ବେଲ

ମୁଣ୍ଡରେ ପଗଡି ପାଦରେ ତେଲ ବଇଦ ସାଙ୍ଗରେ କରିବୁ ଗେଲ । ପେଟ ଗୋଳମାଳେ ପାଚିଲା ‘ବେଲ’ ପଣା କରି ଦେଇ ପିଇଲେ ଭଲ । ତ୍ରିଶାଖା ପତର ଶିବଙ୍କ ପ୍ରିୟ ହଜମି ପାଇଁକି ନିଇତି ଖାଅ । *****

ବେଲ

ମୁଣ୍ଡରେ ପଗଡି ପାଦରେ ତେଲ ବଇଦ ସାଙ୍ଗରେ କରିବୁ ଗେଲ । ପେଟ ଗୋଳମାଳେ ପାଚିଲା ‘ବେଲ’ ପଣା କରି ଦେଇ ପିଇଲେ ଭଲ । ତ୍ରିଶାଖା ପତର ଶିବଙ୍କ ପ୍ରିୟ ହଜମି ପାଇଁକି ନିଇତି ଖାଅ । *****

ଫୁଟି

ରବିବାର ଛୁଟି ଖାଆ ପାଚିଲା ‘ଫୁଟି’ । ସକାଳ ହେଲେ ଉଠି ମା’ରେ ଦଣ୍ଡ ବଇଠି । ଘଅସ ଦାନ୍ତ କାଠି ତେଲ ଲଗା ମାଠି । ଯାଆ ପାହାଚ ଉଠି ବଅସ ନାହିଁ ସେଠି । ରାତିରେ ଖାଆ ରୁଟି ପଢରେ ପାଠ ଉଠି ।...

ପିଜୁଳି

କଳା ମେଘେ ଚକ୍ ଚକ୍ ବିଜୁଳି ବଗିଚାରେ ଲଗା ଡାଳି ‘ପିଜୁଳି’ । କଞ୍ଚା ଫଳ ରୋଗୀ ଖୋଜେ ବାଉଳି ପିଲାଙ୍କର ପ୍ରିୟ ପାକା ପିଜୁଳି । ରାଇ କଲେ ଭଲ ମାଛ ନେଉଳି ମେଘ ଦେଖ୍ ନାଚ କରେ ମୟୂରୀ । *****

ପଣସ

କଥା କହିବୁ ମିଠା ମିଠା କାହାକୁ କରିବୁନି ଥଟା । ‘ପଣସ’ରେ ଥାଏ ଅଠା ଜର ହେଲେ ଚାଆଟେ ଖଟା । କଷି ପଣସ ଡାଲମା ଭଲ ପାଚିଲା ଫୁଟ ମିଠା ଅସଲ । ସାବିତ୍ରୀ ଓଷା ନୂଆ ଭାଉଜ ଭାର ସଜଡ଼ା ଅତି ମଉଜ ।...

ନଡ଼ିଆ

ବରଷା ପାଗକୁ ‘ନଡ଼ିଆ’ ମୁଢି ମୁହଁକୁ ସୁନ୍ଦର କାଳିଆ ଦାଢି । ହାତକୁ ସୁନ୍ଦର ବାଙ୍କୁଲୀ ବାଡ଼ି ପିଲାକୁ ସୁନ୍ଦର ସିଲଟ ଖଡ଼ି । ନଡ଼ିଆ ଉପରେ ଟାଣ ସଢେଇ କାଠ କାମ କରେ ଗାଁ ବଢେଇ । ସବୁଜ ନଡ଼ିଆ ପଇଡ଼ କହି ପଇଡ଼ର ପାଣି...

ତାଳ

ଉଚ୍ଚ ତାଳଗଛ ନହ ନହକା ବାଉଁଶ ପତର ସବୁ ସରୁକା ‘ତାଳ’ ସଜ ଖାଇ ମଉଜ କର ସକାଳ ସଞ୍ଜରେ ଡାକ ଈଶ୍ଵର । ପତରରେ ଚଟି, ପକ୍ଷିଆ ବୁଣି ଗରିବ ନିଅଇ ପଇସା ଗଣି । *****

ତରଭୂଜ

ବଇଶାଖ ମାସ ଝାଞ୍ଜି ପବନ ତରଭୁଜେ ଥାଏ ପିଲାଙ୍କ ମନ । ଗୁଡ଼ ମିଶାଇଣ କରିଲେ ପଣା ଥରେ ପିଇ ଦେଲେ ହୋଇବ ବଣା । ପଣା ସଂକରାନ୍ତି ପରବେ ସାର ପଣା ପିଇ ମନ କର ମଧୁର । ସବୁ କଥା ଛାଡି ପାଠକୁ ହେଜ...

ଡାଳିମ୍ବ

ଝାଡ଼ାକୁ ଓଷଧ ଡାଳିମ୍ବ କଷି ମୂଷାକୁ ଦେଖ‌ିଲେ ଆନନ୍ଦ ପୁଷି । ପାଚିଲା ‘ଡାଳିମ୍ବ’ ରୋଗୀକୁ ଭଲ ପେଟ ପାଇଁ ଭଲ ପାଚିଲା ବେଲ । *****