ନୀରବ

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି–ଶଶୀ–ତାରା, ନୀରବେ ବଢ଼ଇ ତରୁଲତା–ମହୀଧର ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର ।   ମହା–କାଳ–ପାରାବାର ଅନନ୍ତ ଗରଭେ ମିଶଇ ସମୟ–ସ୍ରୋତ ସତତ ନୀରବେ, ନୀରବେ ଜଗତ କରେ ନିଜ କକ୍ଷେ ଗତି ନୀରବ ନିଖିଳ...

ଅଭିଯୋଗ

ସବୁଦେଇ ଶୂନ୍ୟ କରିଅଛ ମୋତେ ପୂରାଅ ସକଳ ଦେଇଣ ନେଲ ମୋତେ ହରି ନେଲ ମୋତେ ଧରି ଜୀବନେ ବଞ୍ଚାଇ ମାରିଣ ନେଲ ଗୁଣ, ଜ୍ଞାନ ନେଲ କର୍ମ, ଧ୍ୟାନ ଧନ, ମାନ, ବିଦ୍ୟା–ଭୂଷଣ ଦୁଃଖ ହେଲା ମୋର ଚିର ସହଚର ନିତି ତ ଭୋଗିଲି ମରଣ...

ଡାକ ମୁନ୍‌ସି

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍‌କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। ଆଜକୁ ଦଶ ବରଷ ହେଲା କଟକ ସଦର ପୋଷ୍ଟଅଫିସ୍‌ରେ ବରାବର ରହି କର୍ମ କରୁଛନ୍ତି। ଭଲରୂପେ କର୍ମ କରିବାରୁ ପ୍ରମୋଶନ...

ଉଠ କଙ୍କାଳ

ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ...

ଭଜୁ କିନା ରାମ ନାମ

ଭଜୁ କିନା ରାମ ନାମରେ ରାଜନ ବୋଲୁ କିନା ରାମ ନାମ, ଭଜି ନପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମ । କି କରିବେ ତୋତେ ମାୟା ସ୍ତିରୀମାନେ ମାୟାରେ ହୋଇଛୁ ଭୋଳ, ଆଜି ମଲେ କାଲି ହେବ ଦୁଇ ଦିନ ମିଥ୍ୟା ମାୟାରେ...

ଉତ୍କଳ ବନ୍ଦନା

ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ, ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ। ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ, ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ। ଶାନ୍ତଗାତ୍ରୀ କାନ୍ତ କୁଞ୍ଜ–ପୁଞ୍ଜ ଶୈଳ ବର୍ଗରେ, ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ। ଶୂନ୍ୟ ଶଙ୍କେ ପୁଣ୍ୟ...

କି ଲେଖା ଲେଖିବି ମାମା

କି ଲେଖା ଲେଖିବି ମାମା ରେ ତୋ ପାଇଁ ଶୋଇ ଯିବୁ ତୁ ଧନ, ଲେଖୁଛି କାଟୁଚି ଚିରୁଛି କାଗଜ଼ ମାନୁନି ମୋହର ମନ । କଣ ଶୁଣିଲେ ଖୁଶି ହବୁ ତୁଇ ଜାଣି ପାରିନି ରେ ମାମା, ଖେଳନା ଦେଖିଲେ ଖୁଶି ହବୁ ଯଦି କିଣି ଦେଵି...

ସନ୍ତାନର ଉକ୍ତି

ମାଆ ମାଆ ବୋଲି କେତେ ମୁଁ ଖୋଜିଲି ମାଆକୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି । ଖୋଜିଲି ଅରଣ୍ୟେ ଜନସମାଜରେ ଖୋଜିଲି ବାରିଧି ତଟ, ସର୍ବତ୍ର ଦେଖିଲି ମାତା ପଦଚିହ୍ନ ନ ହେଲା ମାତାର ଭେଟ ।...

ତୁମ ପରି ଛୋଟ ପିଲାଟିଏ

ତୁମ ପରି ଛୋଟ ପିଲାଟିଏ, ଗାଆଁ ଚହାଳୀର ଚାଟ ସିଏ । ଚେହେରାଟି ତାର ଡଉଲ ଡାଉଲ, ପାଠରେ ତାହାର ସରି କିଏ ? ଛାଡ଼ି ଯାଇଥିଲା ଦିନେ ଝଡ଼ି ବାହାରିଲା ସିଏ ପାଠ ପଢ଼ି । ବାଟେ ଯାଉଯାଉ ଖସିଗଲା ଗୋଡ଼ ମୁଁହ ମାଡି ତଳେ ଗଲା...

ତୁ ପରା ବୋଲାଉ ଉତ୍କଳ ସନ୍ତାନ

ତୁ ପରା ବୋଲାଉ ଉତ୍କଳ ସନ୍ତାନ କାହିଁ ପାଇଁ ଏଡ଼େ ଭୀରୁ ! ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ ? ତୋ ପୁର୍ବ ପୁରୁଷେ ବୀର ପଣିଆରେ ଲଭିଥିଲେ କେତେ ଖ୍ୟାତି ହାକିମ ନିକଟେ ଦୁଃଖ କହିବାକୁ କିମ୍ପା ଥରେ ତୋର ଛାତି...