କବିତା 2nd August 2023 ତରାଟ ବଗିଚାରେ ଫୁଟି ‘ତରାଟ’ ଶୋଭା ତା’ର କରେ ଚହଟ କୁନା ଆମ କଲେ ଅଝଟ ମା’ ହାତୁଁ ଖାଏ ସେ ଛାଟ । ଜାତି ଜାତି ଫୁଲ ଫୁଟାଇ ବଗିଚାକୁ ଦିଅ ଛଟାଇ ପାଠ ପଢି ଦିଅ ଦେଖାଇ ଆମେ ସବୁ ଭାଇରେ ଭାଇ ।। *****
କବିତା 30th July 2023 ଟଗର ଧଳା ଧଳା ‘ଟଗରଫୁଲ’ ବାଗ ବଗିଚା ଦିଶେ ଡଉଲ ଭଅଁର ଯାଏ କହି ଖାଇ ସାରି ଧାଇଁବ ନାହିଁ ଖାଇ ଟିକେ ପଡ଼ିବ ଶୋଇ ଭଲ ପିଲା ହୋଇ । ଟଗରର ଭାଇ ତରାଟ ରାତିରେ ଫୁଟି କରନ୍ତି ନାଟ ରବି କିରଣ ପାଇ ରଙ୍ଗ ରଙ୍ଗିଆ...
କବିତା 26th July 2023 ଜିନିଆ ବେଙ୍ଗୁଲୀ ସାଜିଛି କନିଆ ଦେଖିବାକୁ ଛନଛନିଆ । ସୁନାକୁ ଚିହ୍ନଇ ବଣିଆ ଗୁଣୀକୁ ଚିହ୍ନଇ ଗୁଣିଆ ଦରିଆର ପାଣି ଲୁଣିଆ ନାଲି ନେଳି ଫୁଲ ‘ଜିନିଆ’ । *****
କବିତା 23rd July 2023 ଚମ୍ପା ନଳ ଭିତରଟା ଫମ୍ପା ବାସନା ଫୁଲଟା ‘ଚମ୍ପା’ ହସିବୁନି କେବେ ଦେଖିଲେ ବାଟରେ ଛୋଟା, କଣା, ଅନ୍ଧ କେମ୍ପା । ଖଣ୍ଡଗିରିଠାରେ ଗୁମ୍ଫା ମନ ମୋହିନିଏ ଚମ୍ପା ସଞ୍ଚୟ କରିଣ ରଖିବୁ ପଇସା କିଣି ଆଣି ରଖ କୁମ୍ପା । *****
କବିତା 19th July 2023 ଗୋଲାପ ପଇସା ନେବ ଗଣି ପଣି ପିଇବ ଛାଣି ଫୁଲ ଭିତରେ ‘ଗୋଲାପ ଫୂଲ’ ଅଟଇ ଫୁଲରାଣୀ | ବରଗଛଟା ଥୁଣ୍ଟା ଦଉଡ ଖେଳେ ଧାଇଁବା ଆଗୁଁ ସଳଖୁ ନିଅ ଅଣ୍ଟା | *****
କବିତା 16th July 2023 ଗେଣ୍ଡୁ ‘ଗେଣ୍ଡୁଫୁଲ’ ମଣ୍ଡା ମଣ୍ଡା ପିଆଜରେ ହୁଏ ଷଣ୍ଢା ସାଙ୍ଗ ସାଥୀ ମେଳେ ରହିଥିଲେ ତୋ’ର କିଛି କରିବନି ଗୁଣ୍ଡା। ବଗିଚାର ଗେଣ୍ଡୁଫୁଲ ତୋଳି ଆଣି କର ମାଳ ଗେଣ୍ଡୁମାଳ ଦେଇ ବୀଣାପାଣି ପୂଜି କୁହ ପାଠ ହେଉ ଭଲ || *****
କାବ୍ୟ 15th January 2023 କୃଷ୍ଣଚୂଡ଼ା ପାଟିକୁ ସୂଦର ଦାନ୍ତ ବାହାଡା ଦାନ୍ତ ଘଷିବୁ ତ ଆଣି ସାହାଡ଼ା | ପୁଜିବୁ ଦିଅଁଙ୍କୁ ଦେଇ ଉଖୁଡ଼ା ବ୍ରାହ୍ମଣ ଭୋଜନେ ଦହି ଓ ଚୂଡା | ଲୁଗା ତୁ ପିନ୍ଧିବୁ ଲମ୍ବା ଚଉଡ଼ା “କୃଷ୍ଣଚୂଡ଼ା” ଶୋଭା କୃଷ୍ଣଙ୍କ ଚୂଡ଼ା |
କାବ୍ୟ 4th December 2022 କେତକୀ ଝିଅଟି ଭାରି ଛଟକା କକ୍ଷା ଫୂଲ ‘କେତକୀ’ ଟିଲେଲ ନନା ଛଭକା ଦୁଧ ପିଏ ଛକି ଛକି || ଶିବଙ୍କ ମୁଶଣ୍ଡରେ କେତକୀ | ପଢ ପାଠ ନ ଅଟକି || *****
କାବ୍ୟ 19th November 2022 କାମିନା ଚାଷା ଯଦି ଖୋଳିଳା ପଣା ଚାଷ ତା’ର ଫସର ଫସା | ଯୁବା ଯଦି ଖାଳଳା ନିଣା ତାକୁ ଆଉ ନ କର ଆଶା | ‘କାମିନା’ ଫୂଲଟି ସୂଦର ପଶା, ନିଶା, ଦୂରୁଁ ଜୁହାର || *****
କାବ୍ୟ 5th November 2022 ଅପରାଜିତା କଲରା ଲାଗଇ ପିତା ଫୁଲଟି ‘ଅପରାଜିତା’ ଧଳାନାଳ ରୂପ ଶୋଭା ରାଧାକୃଷ୍ଣ ରୂପ ଲୋଭା || ସକାଳେ ସଅଳ ଉଠ ରାଧାକୃଷ୍ଣ ନାମ ରଟ | *****