ଅମୃତଭଣ୍ଡା
ନିଇତି ଖାଆ ଗୋଟିଏ ଭଣ୍ଡା ମଣିଷ ଭିତରେ ହେବୁରେ ଭେଣ୍ଡା ବଗିଚାରେ ଲଗା ‘ଅମୃତଭଣ୍ଡା’ ଗଛରେ ଫଳେ ସେ ପେଣ୍ଡାକୁ ପେଣ୍ଡା । କଞ୍ଚା ତରକାରି ପାଚିଲା ଖିଆ ଖାଇଲେ ହୋଇବୁ ବଡ଼ ବୁଦ୍ଧିଆ । *****
ପାଠ ପଢିଲେ ଜୀବନେ ବାବୁ ହେବୁରେ ମହାସୁଖୀ ସେବା କରିବୁ ମନ ଆନନ୍ଦେ ଦେଖିଲେ ରୋଗୀ, ଦୁଃଖୀ । ଜୀବନେ କେବେ ମକଦ୍ଦମାରେ ହେବୁନି ବାବୁ ସାକ୍ଷୀ ପରଧନକୁ କେବେ ହେଁ ତୁରେ ଦେବୁନି ଜମା ଆଖି। ସକାଳେ ସଞ୍ଜେ ଡାକିବୁ ପ୍ରଭୁ ହୁଅନ୍ତୁ ସର୍ବେ ସୁଖୀ...