Category: କବିତା

ମଲ୍ଲୀ

ସୁନ୍ଦର ଦିଶେ ପଲ୍ଲୀ ଫୁଲ ଭିତରେ ‘ମଲ୍ଲୀ’ ଭାରତ ଆମ ଦେଶ – ତାହାର ରାଜଧାନୀ ଦିଲ୍ଲୀ । ଧଳା ମଲ୍ଲୀ ଫୁଲ ବାସ ଅମୂଲ ମୂଲ ମନ ଲଗାଇ ପଢିଲେ ପାଠ ସମସ୍ତେ କହିବେ ଭଲ । *****

ମଧୁମାଳତୀ

ଫୁଟିଲେ ଫୁଲ ‘ମଧୁମାଳତୀ’ ବଗିଚା ଦିଶେ ସୁନ୍ଦର ଅତି । ଧଳା ଶାଢୀରେ ନାଲିଆ ଧଡି ମାଳତୀ ଲତା ଲଟାଏ ମାଡ଼ି । ପୁଅ ହାତକୁ ମାନଇ ଘଡି ଝିଅ ହାତକୁ ସୁନ୍ଦର ଚୂଡ଼ି । କୁନା ହାତରେ ସିଲଟ ଖଡ଼ି ପାଠ ପଢି ସେ ଚଢିବ...

ତରାଟ

ବଗିଚାରେ ଫୁଟି ‘ତରାଟ’ ଶୋଭା ତା’ର କରେ ଚହଟ କୁନା ଆମ କଲେ ଅଝଟ ମା’ ହାତୁଁ ଖାଏ ସେ ଛାଟ । ଜାତି ଜାତି ଫୁଲ ଫୁଟାଇ ବଗିଚାକୁ ଦିଅ ଛଟାଇ ପାଠ ପଢି ଦିଅ ଦେଖାଇ ଆମେ ସବୁ ଭାଇରେ ଭାଇ ।। *****

ଟଗର

ଧଳା ଧଳା ‘ଟଗରଫୁଲ’ ବାଗ ବଗିଚା ଦିଶେ ଡଉଲ ଭଅଁର ଯାଏ କହି ଖାଇ ସାରି ଧାଇଁବ ନାହିଁ ଖାଇ ଟିକେ ପଡ଼ିବ ଶୋଇ ଭଲ ପିଲା ହୋଇ । ଟଗରର ଭାଇ ତରାଟ ରାତିରେ ଫୁଟି କରନ୍ତି ନାଟ ରବି କିରଣ ପାଇ ରଙ୍ଗ ରଙ୍ଗିଆ...

ଜିନିଆ

ବେଙ୍ଗୁଲୀ ସାଜିଛି କନିଆ ଦେଖ‌ିବାକୁ ଛନଛନିଆ । ସୁନାକୁ ଚିହ୍ନଇ ବଣିଆ ଗୁଣୀକୁ ଚିହ୍ନଇ ଗୁଣିଆ ଦରିଆର ପାଣି ଲୁଣିଆ ନାଲି ନେଳି ଫୁଲ ‘ଜିନିଆ’ । *****

ଚମ୍ପା

ନଳ ଭିତରଟା ଫମ୍ପା ବାସନା ଫୁଲଟା ‘ଚମ୍ପା’ ହସିବୁନି କେବେ ଦେଖ‌ିଲେ ବାଟରେ ଛୋଟା, କଣା, ଅନ୍ଧ କେମ୍ପା । ଖଣ୍ଡଗିରିଠାରେ ଗୁମ୍ଫା ମନ ମୋହିନିଏ ଚମ୍ପା ସଞ୍ଚୟ କରିଣ ରଖିବୁ ପଇସା କିଣି ଆଣି ରଖ କୁମ୍ପା । *****

ଗୋଲାପ

ପ‍ଇସା ନେବ ଗଣି ପଣି ପି‍ଇବ ଛାଣି ଫୁଲ ଭିତରେ ‘ଗୋଲାପ ଫୂଲ’ ଅଟ‍ଇ ଫୁଲରାଣୀ | ବରଗଛଟା ଥୁଣ୍ଟା ଦ‍ଉଡ ଖେଳେ ଧାଇଁବା ଆଗୁଁ ସଳଖୁ ନିଅ ଅଣ୍ଟା | *****

ଗେଣ୍ଡୁ

‘ଗେଣ୍ଡୁଫୁଲ’ ମଣ୍ଡା ମଣ୍ଡା ପିଆଜରେ ହୁଏ ଷଣ୍ଢା ସାଙ୍ଗ ସାଥୀ ମେଳେ ରହିଥିଲେ ତୋ’ର କିଛି କରିବନି ଗୁଣ୍ଡା। ବଗିଚାର ଗେଣ୍ଡୁଫୁଲ ତୋଳି ଆଣି କର ମାଳ ଗେଣ୍ଡୁମାଳ ଦେଇ ବୀଣାପାଣି ପୂଜି କୁହ ପାଠ ହେଉ ଭଲ || *****

ଶୁନ୍ୟ

ଶୁନ୍ୟ ରାସ୍ତାରେ ଆଖି ବନ୍ଦ କଲେ ଆଶାର କିରଣ ଦିଶେ,ଆଖି ଖୋଲି ଦେଲେ ଆଶା ଟି ଉଭାନ ହେଇଯାଏ | ଆଶା ଉଭାନ ହେଇଗଲା ପରେ ଡର ମତେ ଲାଗେ,ଆଶା ଉଭାନ ହେଇଗଲା ପରେ ଜୀବନ ଟି ଶୁନ୍ୟ ଲାଗେ | ଆଶା ଛାଡ଼ିନିବି ଆଖି ଖୋଲିବିନି...

ଅନୁଚିନ୍ତା

ଛେଳି କୁ କୁକୁର କହିଲେ ସଭିଏଁ, ଛେଳି ତ ଛେଳି ହିଁ ରହିବ। ଅସଲି ସୁନା କୁ ନକଲି କହିଲେ, ବଣିଆ ତାହାକୁ ଚିନ୍ହିବ । ଗୁଣି ଲୋକଙ୍କର ନିନ୍ଦା ଗାନ କଲେ, କି ଲାଭ ଆମେ ତ ପାଇବା । ଧନ ମାନ ଯଶ ପାଇଛେ...