ହେନା

ବଗିଚାର ଫୁଲ ‘ହେନା’ ନିଇତି ଖାଆ ଛେନା । ହେବୁନି ଜମା ଅସନା ବାସ ଚହଟାଏ ହେନା । କାମେ କରିବୁନି ମନା ଆଗକୁ ଆଗକୁ ଅନା । ପଢିଲେ ନ କରି ମନା ନାଆଁ ରଖୁଯିବୁ ସିନା । *****

ହରଗଉରୀ

ନାନା ରଙ୍ଗେ ଫୁଟେ ‘ହରଗଉରୀ’ ହର ପାର୍ବତୀଙ୍କ ଆଦର ଭାରି । ବରଷା ଋତୁର ପ୍ରିୟ କୁସୁମ ଛିଟ ପାଟ ରଙ୍ଗେ ରଙ୍ଗେ ଉତ୍ତମ । ହାତେ କରି ରଙ୍ଗ କୁମାରୀ ଦଳ କୁଁଆର ପରବେ ହୁଅନ୍ତି ମେଳ ହର ପାର୍ବତୀଙ୍କ ଦର୍ଶନ ପାଇଁ ହରଗୌରୀ ଫୁଲ...

ସେବତୀ

ଯାଆନି ବାବୁରେ ହାତୀର କତି ବାଗିଚାରେ ଫୁଟେ ଫୁଲ ‘ସେବତୀ’ । ଚାହାଳୀକୁ ଯିବୁ ନ କରି ଭିତି ପଢି ବହୁ ପାଠ ରଖୁବୁ କୀର୍ତ୍ତି । *****

ସୂର୍ଯ୍ୟମୁଖୀ

ପାଠ ପଢିଲେ ଜୀବନେ ବାବୁ ହେବୁରେ ମହାସୁଖୀ ସେବା କରିବୁ ମନ ଆନନ୍ଦେ ଦେଖ‌ିଲେ ରୋଗୀ, ଦୁଃଖୀ । ଜୀବନେ କେବେ ମକଦ୍ଦମାରେ ହେବୁନି ବାବୁ ସାକ୍ଷୀ ପରଧନକୁ କେବେ ହେଁ ତୁରେ ଦେବୁନି ଜମା ଆଖି। ସକାଳେ ସଞ୍ଜେ ଡାକିବୁ ପ୍ରଭୁ ହୁଅନ୍ତୁ ସର୍ବେ ସୁଖୀ...

ଶେଫାଳୀ

ଋତୁ ହେଲା ଶରତ ସଫା ସୁତୁରା ମରତ ଫୁଲ ଫୁଟେ ‘ଶେଫାଳୀ’ ସଅଳ ଯାଆ ଚାହାଳୀ । ରାତିରେ ଫୁଟି ସକାଳେ ଝରି ପଡ଼ଇ ଫୁଲ ଶେଫାଳୀ ବାସରେ ତା’ର ଦିଗ ଚହଟେ ମନଟା ଯାଏ ଚହଲି | ଅଳପ ଦିନ ବଞ୍ଚିଲେ ବି ପରର ସେବା...

ରଜନୀଗନ୍ଧା

ରାତି ତ ରାତି ଅନ୍ଧାର ରାତି ମନରେ କେବେ ନ କର ଭିତି । ରାତି କୁସୁମ ‘ରଜନୀଗନ୍ଧା’ ପାଠରେ ତୋ’ର ମନକୁ ବନ୍ଧା । ରାତିରେ ବାସ ଦିଏ ଛୁଟାଇ ରଜନୀଗନ୍ଧା ନାମକୁ ବହି । ପାଠରେ ବାସ ଛୁଟାଇ ଦେଲେ ଆଦର ସବୁ କରିବେ...

ଯୂଇ

ଫୁଲ ଫୁଟେ ‘ଯୂଇ’ ଆମେ ସବୁ ଭାଇ କ୍ଷୀର ଯେବେ ଖାଇ ବସିବୁ ରଖବୁ ଗୋଟେ ଗାଈ କଳି ଯଦି କରି ବସିବୁ ସଙ୍ଗେ ଥିବ ଭାଇ । ଯୂଇ ଫୁଲ ବାସ ଚକା ପାରି ବସ ସବୁବେଳେ ମୁହଁକୁ ତୋର କର ହସ ହସ ଆଦରେ...

ମନ୍ଦାର

ଫୁଲ ବଗିଚାଟି ଭାରି ସୁନ୍ଦର ଟଗର, ତରାଟ, ମଲ୍ଲୀ, ‘ମନ୍ଦାର’ ଧଳା, ନାଲି, ନେଳି ନାନା ଜାତିର ଫୁଲେ ଫୁଲେ ଉଡି ବୁଲେ ଭଅଁର । ଫୁଲୁଁ ଫୁଲୁଁ ମଧୁ ନିଏ ସାଉଁଟି ନିଜେ ନ ଖାଇଣ ଦିଅଇ ବାଣ୍ଟି । ମିଠା କଥା କହି ଆଦର...

ମଲ୍ଲୀ

ସୁନ୍ଦର ଦିଶେ ପଲ୍ଲୀ ଫୁଲ ଭିତରେ ‘ମଲ୍ଲୀ’ ଭାରତ ଆମ ଦେଶ – ତାହାର ରାଜଧାନୀ ଦିଲ୍ଲୀ । ଧଳା ମଲ୍ଲୀ ଫୁଲ ବାସ ଅମୂଲ ମୂଲ ମନ ଲଗାଇ ପଢିଲେ ପାଠ ସମସ୍ତେ କହିବେ ଭଲ । *****

ମଧୁମାଳତୀ

ଫୁଟିଲେ ଫୁଲ ‘ମଧୁମାଳତୀ’ ବଗିଚା ଦିଶେ ସୁନ୍ଦର ଅତି । ଧଳା ଶାଢୀରେ ନାଲିଆ ଧଡି ମାଳତୀ ଲତା ଲଟାଏ ମାଡ଼ି । ପୁଅ ହାତକୁ ମାନଇ ଘଡି ଝିଅ ହାତକୁ ସୁନ୍ଦର ଚୂଡ଼ି । କୁନା ହାତରେ ସିଲଟ ଖଡ଼ି ପାଠ ପଢି ସେ ଚଢିବ...