ତରାଟ

ବଗିଚାରେ ଫୁଟି ‘ତରାଟ’ ଶୋଭା ତା’ର କରେ ଚହଟ କୁନା ଆମ କଲେ ଅଝଟ ମା’ ହାତୁଁ ଖାଏ ସେ ଛାଟ । ଜାତି ଜାତି ଫୁଲ ଫୁଟାଇ ବଗିଚାକୁ ଦିଅ ଛଟାଇ ପାଠ ପଢି ଦିଅ ଦେଖାଇ ଆମେ ସବୁ ଭାଇରେ ଭାଇ ।। *****

ଟଗର

ଧଳା ଧଳା ‘ଟଗରଫୁଲ’ ବାଗ ବଗିଚା ଦିଶେ ଡଉଲ ଭଅଁର ଯାଏ କହି ଖାଇ ସାରି ଧାଇଁବ ନାହିଁ ଖାଇ ଟିକେ ପଡ଼ିବ ଶୋଇ ଭଲ ପିଲା ହୋଇ । ଟଗରର ଭାଇ ତରାଟ ରାତିରେ ଫୁଟି କରନ୍ତି ନାଟ ରବି କିରଣ ପାଇ ରଙ୍ଗ ରଙ୍ଗିଆ...

ଜିନିଆ

ବେଙ୍ଗୁଲୀ ସାଜିଛି କନିଆ ଦେଖ‌ିବାକୁ ଛନଛନିଆ । ସୁନାକୁ ଚିହ୍ନଇ ବଣିଆ ଗୁଣୀକୁ ଚିହ୍ନଇ ଗୁଣିଆ ଦରିଆର ପାଣି ଲୁଣିଆ ନାଲି ନେଳି ଫୁଲ ‘ଜିନିଆ’ । *****

ଚମ୍ପା

ନଳ ଭିତରଟା ଫମ୍ପା ବାସନା ଫୁଲଟା ‘ଚମ୍ପା’ ହସିବୁନି କେବେ ଦେଖ‌ିଲେ ବାଟରେ ଛୋଟା, କଣା, ଅନ୍ଧ କେମ୍ପା । ଖଣ୍ଡଗିରିଠାରେ ଗୁମ୍ଫା ମନ ମୋହିନିଏ ଚମ୍ପା ସଞ୍ଚୟ କରିଣ ରଖିବୁ ପଇସା କିଣି ଆଣି ରଖ କୁମ୍ପା । *****

ଗୋଲାପ

ପ‍ଇସା ନେବ ଗଣି ପଣି ପି‍ଇବ ଛାଣି ଫୁଲ ଭିତରେ ‘ଗୋଲାପ ଫୂଲ’ ଅଟ‍ଇ ଫୁଲରାଣୀ | ବରଗଛଟା ଥୁଣ୍ଟା ଦ‍ଉଡ ଖେଳେ ଧାଇଁବା ଆଗୁଁ ସଳଖୁ ନିଅ ଅଣ୍ଟା | *****

ଗେଣ୍ଡୁ

‘ଗେଣ୍ଡୁଫୁଲ’ ମଣ୍ଡା ମଣ୍ଡା ପିଆଜରେ ହୁଏ ଷଣ୍ଢା ସାଙ୍ଗ ସାଥୀ ମେଳେ ରହିଥିଲେ ତୋ’ର କିଛି କରିବନି ଗୁଣ୍ଡା। ବଗିଚାର ଗେଣ୍ଡୁଫୁଲ ତୋଳି ଆଣି କର ମାଳ ଗେଣ୍ଡୁମାଳ ଦେଇ ବୀଣାପାଣି ପୂଜି କୁହ ପାଠ ହେଉ ଭଲ || *****

ଶୁନ୍ୟ

ଶୁନ୍ୟ ରାସ୍ତାରେ ଆଖି ବନ୍ଦ କଲେ ଆଶାର କିରଣ ଦିଶେ,ଆଖି ଖୋଲି ଦେଲେ ଆଶା ଟି ଉଭାନ ହେଇଯାଏ | ଆଶା ଉଭାନ ହେଇଗଲା ପରେ ଡର ମତେ ଲାଗେ,ଆଶା ଉଭାନ ହେଇଗଲା ପରେ ଜୀବନ ଟି ଶୁନ୍ୟ ଲାଗେ | ଆଶା ଛାଡ଼ିନିବି ଆଖି ଖୋଲିବିନି...

କୃଷ୍ଣଚୂଡ଼ା

ପାଟିକୁ ସୂଦର ଦାନ୍ତ ବାହାଡା ଦାନ୍ତ ଘଷିବୁ ତ ଆଣି ସାହାଡ଼ା | ପୁଜିବୁ ଦିଅଁଙ୍କୁ ଦେଇ ଉଖୁଡ଼ା ବ୍ରାହ୍ମଣ ଭୋଜନେ ଦହି ଓ ଚୂଡା | ଲୁଗା ତୁ ପିନ୍ଧିବୁ ଲମ୍ବା ଚ‍ଉଡ଼ା “କୃଷ୍ଣଚୂଡ଼ା” ଶୋଭା କୃଷ୍ଣଙ୍କ ଚୂଡ଼ା |

କେତକୀ

ଝିଅଟି ଭାରି ଛଟକା କକ୍ଷା ଫୂଲ ‘କେତକୀ’ ଟିଲେଲ ନନା ଛଭକା ଦୁଧ ପି‌ଏ ଛକି ଛକି || ଶିବଙ୍କ ମୁଶଣ୍ଡରେ କେତକୀ | ପଢ ପାଠ ନ ଅଟକି || *****

କାମିନା

ଚାଷା ଯଦି ଖୋଳିଳା ପଣା ଚାଷ ତା’ର ଫସର ଫସା | ଯୁବା ଯଦି ଖାଳଳା ନିଣା ତାକୁ ଆ‌ଉ ନ କର ଆଶା | ‘କାମିନା’ ଫୂଲଟି ସୂଦର ପଶା, ନିଶା, ଦୂରୁଁ ଜୁହାର || *****